Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଅ ପାଇଁ ଭାବବିହ୍ୱଳ ହେଲେ ଶିଖର ଧାୱନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର କ୍ରିକେଟର ଶିଖର ଧାୱନ ନିଜ ପୁଅକୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି। ସେ ଭାବୁକ ହେବା ସହ କହିଛନ୍ତି ଯେ, ଦେଢ ବର୍ଷ ହେଲା ମୁଁ ତାକୁ ଦେଖିନି। ଯଦି କେବେ ଦେଖା ହୁଏ ତେବେ ତାକୁ ମୁଁ ଛାତିରେ ଜାବୁଡି ଧରିବି। ତେବେ ତାଙ୍କ ପୁଅର ନାମ ହେଉଛି ଜୋରାବର। ସୂଚନା ଅନୁଯାୟୀ, ବୈବାହିକ ଜୀବନରେ ଝଡ଼ ଯୋଗୁ ସେପ୍ଟେମ୍ବର ୨୦୨୧ ରେ ଶିଖର ଧାୱନ ପତ୍ନୀ ଆୟଶା ମୁଖାର୍ଜିଙ୍କଠୁ ଛାଡପତ୍ର ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ଯାହା ପରଠାରୁ ତାଙ୍କ ପୁଅ, ମା ଆୟଶା ସହ ଅଷ୍ଟ୍ରେଲିଆରେ ରହୁଛନ୍ତି।