Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ରାସାୟନିକ ପଦାର୍ଥ ଜନିତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସମନ୍ୱୟ ଏବଂ ଆଭିମୁଖ୍ୟ ସମ୍ମିଳନୀ

ସମ୍ବଲପୁର: ଆଜି ରାଜ୍ୟ ସ୍ତରୀୟ ରାସାୟନିକ ପଦାର୍ଥ ଜନିତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସମନ୍ୱୟ ଏବଂ ଆଭିମୁଖ୍ୟ ସମ୍ମିଳନୀ ବୈଠକ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସମ୍ବଲପୁର ଜିଲ୍ଲା ରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ଵର ଚନ୍ଦ୍ର ନାଏକ, DPO-EMERGENCY-ଗୀତାଞ୍ଜଳି ସା, ଙ୍କ ସମେତ ପ୍ରଶାସନିକ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ବୈଠକରେ ମ୍ୟାନେଜର, ଟ୍ରେନିଂ ଆଣ୍ଡ କୋର୍ଡିନେଶନ, ଓଡିଶା ସରକାର-ଶ୍ରୀ ସୁନିଲ କୁମାର ସାହୁ, ଅବସରପ୍ରାପ୍ତ କମାନ୍ଡ୍ଯାନ୍ଟ,-ସିନିୟର କନ୍ସଲଟାନ୍ଟ(ଏମଇ&ଆଇଆରଏସ)ଏନ.ଡ଼ି.ଏମ.ଏ- ଶ୍ରୀ ଆଦିତ୍ୟ କୁମାର ମକ୍ ଅଭ୍ୟାସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ପର୍ଯ୍ୟାୟକ୍ରମେ କାର୍ଯ୍ୟକଳାପ, ଓରିଏଣ୍ଟେସନ୍ ଓ ସମନ୍ୱୟ ସମ୍ମିଳନୀ, ଟେବଲ ଟପ୍ ଅଭ୍ୟାସ, ମକ୍ ଅଭ୍ୟାସ, ତଥ୍ୟ, ବିପର୍ଯ୍ୟୟ ମୁକାବିଲା ପ୍ରଣାଳୀ, ସୂଚନା ଆଦାନ ପ୍ରଦାନ, ଉପରେ ଆଲୋଚନା କରିଥିଲେ।
ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜରୁରୀକାଳୀନ ପରିସ୍ଥିତିରେ କିପରି ବିପର୍ଯ୍ୟୟ ସହିତ ମୁକାବିଲା କରିବା। ଶିକ୍ଷା ଓ ଅଭ୍ୟାସ ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲା କରିବାର କ୍ଷମତାକୁ ବୃଦ୍ଧି କରିବା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ