Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବିଦା କଲା #KIITUNIVERSITY , ଆସିଲା ସାଂଘାତିକ ଅଭିଯୋଗ

ଛାତ୍ରଛାତ୍ରୀଙ୍କୁ ବିଦା କରିବା ପାଇଁ ବଳ ପ୍ରୟୋଗ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ୱାର୍ଡେନ ପାଇପରେ ପିଟିଥିବା ନେଇ ଅଭିଯୋଗ ମଧ୍ୟ ଆସିଛି। ସେହିପରି ରହିବା, ଖାଇବା ଏପରିକି ଟିକେଟ ପାଇଁ ମଧ୍ୟ ପଇସା ନ ଥିବା ବେଳେ ଛାତ୍ରଛାତ୍ରୀ ମାନେ କଣ କରିବେ ତାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି।

ବିଶ୍ୱବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁକୁ ନେଇ ଅଡୁଆ ବଢିବାରେ ଲାଗିଛି। କିଟ ହଷ୍ଟେଲରେ ଥିବା ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହଷ୍ଟେଲ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଜୋର ଜବରଦସ୍ତି ସମସ୍ତ ଛାତ୍ରଛାତ୍ରୀଙ୍କୁ କଟକ ରେଲୱେ ଷ୍ଟେସନକୁ ନିଆଯାଇଥିଲା। ସେଠାରୁ ସମସ୍ତଙ୍କୁ ନିଜ ଘରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ସହପାଠୀଙ୍କ ମୃତ୍ୟୁକୁ ନେଇ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କରିବା କାରଣରୁ ସମସ୍ତଙ୍କୁ ବିଦା କରାଯାଇଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ