Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଇ ଛୋଟା ସ୍କୁଲ୍‌ର ବାର୍ଷିକ ଉତ୍ସବ ପ୍ରଗତି

ସମ୍ବଲପୁର:ଧନୁପାଲି ସ୍ଥିତ ‘ମାଇ ଛୋଟା ସ୍କୁଲ୍‌’ର ବାର୍ଷିକ ଉତ୍ସବ ‘ପ୍ରଗତି’ ସ୍ଥାନୀୟ ତପସ୍ବିନୀ ହଲ୍‌,ସମ୍ବଲପୁରଠାରେ ମହା ସମାରୋହରେ ପାଳିତ ହୋଇଛି। ଏଥିରେ ସ୍କୁଲ ସହିତ ଜଡ଼ିତ ବହୁ ଗଣ୍ୟମାଣ୍ୟ ବ୍ୟକ୍ତିଙ୍କ ସହ ସ୍କୁଲ୍‌ର ଶୈକ୍ଷିକ,ପରିଚାଳକ ଓ ପ୍ରଶାସନିକ କର୍ମଚାରୀମାନକଙ୍କ ସହ ଛାତ୍ରଛାତ୍ରୀ ତଥା ତାଙ୍କର ଅଭିଭାବକମାନେଯୋଗ ଦେଇଥିଲେ।
ପ୍ରଥମେ ଅନୁଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ପଣ୍ଡା ବାର୍ଷିକ ଉତ୍ସବ ‘ପ୍ରଗତି’ର ମୂଖ୍ୟ ଅତିଥି ଡ. ସପନ ମିଶ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଦନା ପୂର୍ବକ ପାଛୋଟି ଆଣିବା ପରେ ମୂଖ୍ୟ ଅତିଥି ଡ. ମିଶ୍ର ଦୀପ ଜାଳି ଗେସ୍‌ ବେଲୁନ୍‌କୁ ମୁକ୍ତ କରି ଉପସ୍ଥିତ ଦର୍ଶକଙ୍କ ବିପୁଳ କରତାଳି ସହ ଉଦ୍‌ଘାଟନ କରିଥିଲେ।
ଏହି ଅବସରରେ ନିଜ ବକ୍ତବ୍ୟରେ ଡ. ମିଶ୍ର କହିଥିଲେ ଯେ ସମ୍ବଲପୁରର ପ୍ରାଥମିକ ଶିଶୁ ଶିକ୍ଷା କ୍ଷେତ୍ରରେ ଇଂରାଜୀ ମାଧ୍ୟମରେ ବିଶ୍ବସ୍ତରୀୟ ଶିକ୍ଷା ଦାନ କରିବାକୁ ସଂକଳ୍ପବଦ୍ଧ ‘ମ୍ୟାଇ ଛୋଟା ସ୍କୁଲ୍‌’ ସମ୍ବଲପୁରର ସ୍ଥାପନା ଓ ବିଗତ କିଛି ବର୍ଷର ଶିକ୍ଷାଦାନ ଅଂଚଳ ପାଇଁ ଏକ ଉଲ୍ଲେଖନୀୟ ଅଗ୍ରଗତି। ଏଥିପାଇଁ ଏହି ଜାତୀୟ ଶିଶୁ ଶିକ୍ଷାନୁଷ୍ଠାନକୁ ସମ୍ବଲପୁରରେ ସ୍ଥାପନା ପାଇଁ ଉଦ୍ୟମ କରିଥିବା ପଣ୍ଡା ଦମ୍ପତ୍ତି ଓ ଏଥିରେ କାର୍ଯ୍ୟରତ ଶିକ୍ଷୟତ୍ରୀମାନେ ଧନ୍ୟବାଦର ପାତ୍ର। ଶିଶୁ ଶ୍ରେଣୀ ପାଇଁ ଅଭିଭାବକମାନେ ଘର ନିକଟସ୍ଥ ଶିକ୍ଷାଳୟ ଖୋଜୁଥିବା ବେଳେ ‘ମାଇ ଛୋଟା ସ୍କୁଲ୍‌’ ଭଳି ଏକ ଜାତୀୟ ସ୍ତରର ମାନ୍ୟତାପ୍ରାପ୍ତ ସ୍କୁଲ୍‌ ଏଠାରେ ଖୋଲିବା ସହ ସଗୌରବେ କିଛି ବର୍ଷ ଧରି ଉଚ୍ଚସ୍ତରର ଇଂରାଜୀ ମାଧ୍ୟମରେ ଉତ୍କୃଷ୍ଟ ଶିକ୍ଷା ବ୍ୟବସ୍ଥା ଉପଲବ୍‌ଧ କରାଇଥିବାରୁ ଏହାର ପ୍ରତିଷ୍ଠାତାମାନଙ୍କୁ ସାଧୁବାଦ ଜଣାଇଥିଲେ। ‘ପିଜି’ ଠାରୁ ‘ୟୁଜି’ ପାଠପଢ଼ା ପାଇଁ ଶିକ୍ଷକଙ୍କ ଅଧିକ ଧର୍ଯ୍ୟ ଆବଶ୍ୟକ ହେଉଥିବାରୁ ସେ ସ୍କୁଲ୍‌ର ଶିକ୍ଷୟତ୍ରୀମାନଙ୍କୁ ପ୍ରଶଂସା କରିଥିଲେ। ପ୍ରି-ନର୍ସରୀ,ନର୍ସରୀ,କେଜି,ୟୁକେଜି ଶ୍ରେଣୀର ଶିଶୁମାନଙ୍କ ପରିଚାରିକା ‘ଆୟା’ମାନଙ୍କ ଗୁରୁତ୍ବପୂର୍ଣ ଭୂମିକା ରହିଥିବାରୁ ସେମାନେ ସବୁଠାରୁ ଅଧିକ ଧନ୍ୟବାଦର ପାତ୍ର ବୋଲି ଡ. ମିଶ୍ର ମତ ପ୍ରକାଶ କରିଥିଲେ।
ଏହି ଅବସରରେ ସ୍କୁଲ୍‌ର ଶିକ୍ଷୟତ୍ରୀମାନଙ୍କୁ ‘ଗୁରୁଶ୍ରୀ ସମ୍ମାନ’ ରେ ସମ୍ବର୍ଧିତ କରାଯାଇଥିଲା।
ଜ୍ୟୋସ୍ନାମୟୀ ନାୟକ,ଶିବାନୀ ସାହୁ,ଉତ୍କଲିକା ପଟ୍ଟନାୟକ,ସ୍ନିଗ୍ଧାରାଣୀ ମିଶ୍ର,ଆକାଂକ୍ଷା ପଣ୍ଡା,ସ୍ତୁତି ବାଙ୍କା,ମହିମା ପଡ଼ପଣ୍ଡା,ପ୍ରମୂଖଙ୍କୁ ‘ଗୁରୁଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଥିଲା।
ପରିଚାରିକାମାନଙ୍କୁ ‘ଯଶୋଦା ଏ ୟଶ୍‌’ ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ମିତା ଦାଶ,ପଦ୍ମିନୀ ମହାନନ୍ଦ,ବବି ବଗର୍ତ୍ତୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ସେହିପରି ବିଭିନ୍ନ ଶ୍ରେଣୀର ସର୍ବୋତ୍କୃଷ୍ଟ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ‘ସାଇନିଙ୍ଗ୍‌ ଷ୍ଟାର୍‌’ ଭାବରେ ୟୁକେଜି ଶ୍ରେଣୀ ପାଇଁ
ଆୟୁଷ୍ମାନ ପୂରୋହିତଙ୍କୁ ‘ସାଇନିଙ୍ଗ୍‌ ଷ୍ଟାର୍‌’ ରୂପେ ମେମେଣ୍ଟୋ ଦିଆଯାଇଥିଲା। ଏଲ୍‌କେଜି ପାଇଁ ସ୍ବୟମ୍‌ଶ୍ରୀ ହୋତା,ନର୍ସରୀ ପାଇଁ ଶ୍ରଦ୍ଧା ସାହୁ ଓ ପ୍ରି ନର୍ସରୀ ପାଇଁ ଆଦ୍ବିକ୍‌ ପଣ୍ଡାଙ୍କୁ ‘ସାଇନିଙ୍ଗ୍‌ ଷ୍ଟାର୍‌’ରେ ପୁରସ୍କୃତ କରାଯାଇଥିଲା।
ଏହି ବାର୍ଷିକ ଉତ୍ସବ ‘ପ୍ରଗତି’ରେ ଅନେକ ରଙ୍ଗାରଙ୍ଗ ଗୀତନୃତ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଛାତ୍ରଛାତ୍ରୀମାନେ ହିନ୍ଦୀ,ଓଡ଼ିଆ ଓ ସମ୍ବଲପୁରୀ ଗୀତ ନୃତ୍ୟାଭିନୟ କରି ଅଭିଭାବକ ଓ ଦର୍ଶକଙ୍କୁ ବିମୋହିତ କରିଦେଇଥିଲେ। ଏଥିସହ ସ୍କୁଲ୍‌ର ଶିକ୍ଷୟତ୍ରୀମାନେ ମଧ୍ୟ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍‌ଧ କରିଦେଇଥିଲେ। ପରିଶେଷରେ ଜ୍ୟୋସ୍ନାମୟ ନାୟକ ଓ ବିଜୟ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ