Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବେ ମାଣ୍ଡିଆ ମଧ୍ୟ ଜଳଚକ୍ର ଭଳି ବୁଲୁଛି,ଏଠାରେ ବେପାରୀ ଆଉ ସଂସ୍ଥା ପରିଚାଳକ ମାଲାମାଲ

ଗୁଡାରି: କ୍ଷୁଦ୍ର ଦାନା ମାଣ୍ଡିଆ ଅମଳକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଏହାର କ୍ରୟ ବିକ୍ରୟ ପାଇଁ ଏକ ଏନ ଜି ଓ କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସମ୍ପୃକ୍ତ ଏନଜିଓ ଗୁଡାରି, ଚନ୍ଦ୍ରପୁର, ଡାଙ୍ଗସୋରଡା ଭଳି କେତୋଟି ବ୍ଲକ ରେ ମାଣ୍ଡିଆ କିଣିବା ପାଇଁ ସରକାରଙ୍କ ସହ ଚୁକ୍ତି ନାମା କରିଛନ୍ତି।। ଗତ ଚାରିବର୍ଷ ହେଲା ସରକାରଙ୍କୁ ଭୂଆ ଵୁଲାଇ ମାଣ୍ଡିଆ ମଣ୍ଡି ନାରେ ଅର୍ଥ ଲୁଟୁଥିବା ବେଳେ ଚଳିତ ବର୍ଷ ଅଞ୍ଚଳରେ ମାଣ୍ଡିଆଚାଷ ହୋଇ ନଥିବାରୁ ଵାହାର ରାଜ୍ୟରୁ ମାଣ୍ଡିଆ ଆମଦାନୀ କରି ମଣ୍ଡିରେ ପକାଇ ପ୍ରଶାସନଙ୍କୁ ବିକ୍ରି କରୁଛନ୍ତି। ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ବାହାର ରାଜ୍ୟରୁ ମାଣ୍ଡିଆ ଆମଦାନୀ ହେଇ ମଣ୍ଡିରେ ପକା ଯାଇଛି। ରାଜ୍ୟ ସରକାର ମାଣ୍ଡିଆ କିଲୋ ୩୬ଟଙ୍କାରେ କ୍ରୟ କରି ହିତାଧିକାରୀଙ୍କୁ ଏକ ଟଙ୍କାରେ ଦିଅନ୍ତି। ସେହି ମାଣ୍ଡିଆ କୁ କିଛି ବୁଲା ବେପାରୀ ୨୦ ଟଙ୍କାରେ କିଣି ସମ୍ପୃକ୍ତ ଏନ ଜି ଓକୁ ବାଇଶି ଟଙ୍କାରେ ବିକ୍ରି କରିଥାନ୍ତି, ଆଉ ଏହି ଏନ ଜିଓ ପ୍ରଶାସନ ଙ୍କୁ ୩୬ ଟଙ୍କାରେ ବିକ୍ରି କରିଥାଏ। ଏହିପରି ମାଣ୍ଡିଆ ମଧ୍ୟ ଜଳ ଚକ୍ର ଭଳି ବୁଲୁଥାଏ ଆଉ ବେପାରୀ ଏନ ଜି ଓ ମାଲାମାଲ ହୋଇଥାନ୍ତି । ଏଠାରେ ପ୍ରଶ୍ନ ଉଠୁଛି ମାଣ୍ଡିଆଚାଷ ଅଞ୍ଚଳରେ ନଥିବା ବେଳେ ଏହି ସଂସ୍ଥା କିପରି ହଜାର ହଜାର କୁଇଣ୍ଟାଲ ମାଣ୍ଡିଆ ଧାର୍ଯ୍ୟ ପୁରଣକରି ପାରୁଛି।।ଏଥି ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରି ଏଥିରେ ସାମିଲ ଥିବା ସମସ୍ତ ବ୍ୟସାୟୀ, ସରକାରୀ କର୍ମଚାରୀ ଏବଂ ଏହାର ମୂଳଦୁଆ ଏନ ଜି ଓ ର ପରିଚାଳକଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ