ବଳମ ଠାରେ ମାତୃ ସମ୍ମିଳନୀ, ସ୍ବାମୀ ସୁଧାନନ୍ଦ ସରସ୍ବତୀ ଙ୍କ ପ୍ରବଚନ କାର୍ଯ୍ୟକ୍ରମ


ସମ୍ବଲପୁର:ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସୋମବାର ଦିନ ମାତ୍ରୁ ସମ୍ମିଳନୀ, ସ୍ବାମୀ ସୁଧାନନ୍ଦ ସରସ୍ବତୀ ଙ୍କ ପ୍ରବଚନ ଓ ୨୧କୁଣ୍ଡୀୟ ଯଜ୍ଞ ଆୟୋଜିତ ହୋଇଥିଲା।ଏହି ସମାବେଶ ରେ ଯୋଗଦେଇ ଶ୍ରୁତିନ୍ୟାସ ର ଅଧ୍ୟକ୍ଷ ତଥା ବରିଷ୍ଠ ବିଦ୍ବାନ ସ୍ବାମୀ ସୁଧାନନ୍ଦ ସରସ୍ବତୀ ତାଙ୍କ ପ୍ରବଚନ ମାଧ୍ୟମ ରେ ଶାନ୍ତିପୁର୍ଣ ଆଧ୍ୟାତ୍ମିକ ଜୀବନ, ସଂସ୍କାର ଓ ଶିଷ୍ଟାଚାର ସମ୍ପର୍କ ରେ ଆଲୋକପାତ କରିଥିଲେ। ଏହି ଅବସର ରେ ୨୧କୁଣ୍ଡୀୟ ଯଞ କର୍ମ ମଧ୍ୟ ସମ୍ପାଦିତ ହୋଇଥିଲା।ଏହି ସମାରୋହ ରେ ବଳମ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ବ୍ରୁନ୍ଦ, ମାତ୍ରୁ ମଣ୍ଡଳୀ ଓ ବିଭିନ୍ନ ଗ୍ରାମ ର ବିଶିଷ୍ଠ ବ୍ୟକ୍ତି ମାନେ ଭାଗ ନେଇଥିଲେ। ରମେଶ ଚନ୍ଦ୍ର ପ୍ରଧାନ, ସୁଶାନ୍ତ ଭୁତିଆା, ଅନୁପମା ଗଡନାୟକ, ଦୁ8ଶାସନ ଦେହୁରୀ ଓ ଗୋିତମ ପ୍ରଧାନ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ ସମାରୋହ ରେ ଅଞ୍ଚଳ ର ଏକ ହଜାର ରୁ ଉର୍ଦ୍ଧ ଭକ୍ତାଳୁ ଉପସ୍ଥିତ ଥିଲେ।