Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ୬୬୨ ବର୍ଗ ମହାବିଦ୍ୟାଳୟ ସଂଘର ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାଏକଙ୍କୁ କୃତଜ୍ଞତା ଜ୍ଞାପନ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ୬୬୨ ବର୍ଗ ମହାବିଦ୍ୟାଳୟ ସଂଘର ଏକ ଆଭାଷି ବୈଠକ ଜିଲ୍ଲା ସଭାପତି ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତା ରେ ଆଜି ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି। ପ୍ରକାଶ ଥାଉକି ବିଭିନ୍ନ ଦାବି ଉପସ୍ଥାପନ ପାଇଁ ରାଜ୍ୟ ସଂଘର ଡାକରାରେ ଗତ ୧୪ ତାରିଖରେ ଭୂବନେଶ୍ୱରଠାରେ ରାଜ୍ୟସ୍ତରୀୟ ଆୟୋଜିତ ମହାସମାବେଶ ଓ ଆନ୍ଦୋଳନ ଆୟୋଜିତ ହୋଇଥିଲା। ସଂଘର ଉପଦେଷ୍ଟା ତଥା ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରୀ ନାଏକଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ଗୋଲକ ନାୟକ ଙ୍କ ସହିତ ରାଜ୍ୟ ସଂଘର ନଅ ଜଣ ପ୍ରତିନିଧି ଦଳ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତଥା ଉଚ୍ଚ ଶିକ୍ଷା ସଚିବଙ୍କୁ ସାକ୍ଷତ କରି ତାଙ୍କ ଦାବି ଉପସ୍ଥାପନ କରିବା ସ୍ୱରୂପ ଆଲୋଚନା କରିଥିଲେ ଅନୁରୂପ ଭାବରେ ସମ୍ବଲପୁର ବିଧାୟକ ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଗାନ୍ଧିମାର୍ଗ ସ୍ଥିତ ଆନ୍ଦୋଳନ ସ୍ଥଳିକୁ ଯାଇ ଆନ୍ଦୋଳନରତ କର୍ମଚାରୀ ଓ ପ୍ରତିନିଧିଙ୍କ ସହ ଆଲୋଚନା କରି ଆନ୍ଦୋଳନର ଯଥାର୍ଥତା ଓ ସଙ୍ଘଠନ ଦାବି ଗୁଡିକ ପ୍ରତି ତାଙ୍କ ସହମତି ପ୍ରଦାନ କରିବା ସହ ଆନ୍ଦୋଳନ ସ୍ଥଗିତ କରିବାକୁ ଅନୁରୋଧ କରିଥିଲେ। ସରକାର ଙ୍କ ସହ ଆଲୋଚନା ସକାରାତ୍ମକ ହୋଇଥିବାରୁ ସଂଘ ଆନ୍ଦୋଳନ କୁ ସ୍ଥଗିତ କରିବା ସହ ଆଗାମୀ ପରୀକ୍ଷା ଓ ମୂଲ୍ୟାଙ୍କନ କାର୍ଯ୍ୟରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜିର ଆଭାସି ବୈଠକରେ ଏଥି ନିମନ୍ତେ ନାଉରୀ ନାଏକ ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁର ଜିଲ୍ଲା ସଂଘ ପକ୍ଷରୁ କୃତଜ୍ଞତା ବ୍ୟକ୍ତ କରାଯାଇଛି। ଦୀର୍ଘ ତିରିଶ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲା ଏହି ବର୍ଗର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ରାଜ୍ୟ ରେ ଉଚ୍ଚ ଶିକ୍ଷା ର ଏକ ବୃହତଅଂଶ ର ଦାୟିତ୍ୱ ବହନ କରି ଆସୁଥିଲେ ସୁଦ୍ଧା , ପେନସନ,ପ୍ରମୋସନ,ଚାକିରୀ ସର୍ତ୍ତାବଳୀ,ଚାକିରୀ ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଅବସର ପରେ ଖାଲି ପଡିଥିବା ପଦବୀ ପୂରଣ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଆର ଏ ସିପି ଲାଗୁ ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନ ହୋଇ ଆସୁଥିଲେ ହେଁ ଆଶାନୁରୂପ ସମାଧାନ ହୋଇ ପାରିନାହିଁ। ସୂଚନା ଯୋଗ୍ୟ ଯେ, ଗତ କ୍ୟାବିନେଟରେ ସରକାରୀ କର୍ମଚାରୀଙ୍କ ପାଇଁ ଏକିକୃତ ପେନସନ ଯୋଜନା ଘୋଷଣା କରିଥିବା ବେଳେ ସେଥିରେ ଏହି ବର୍ଗକୁ ସାମିଲ କରା ଯାଇନାହିଁ। ପୁଣି ନିର୍ବାଚନ ସମୟରେ “ସମାନ କାମକୁ ସମାନ ଦରମା” ନିର୍ବାଚନ ଇସ୍ତାହାର ରଖି ଜୟଯୁକ୍ତ ହୋଇଥିବା ଏହି ସରକାର ଅବଶ୍ୟ ତାଙ୍କ ପ୍ରତିଶୃତି ରକ୍ଷା କରିବେ ବୋଲି ସଂଘ ପକ୍ଷରୁ ଆଶା ବ୍ୟକ୍ତ କରା ଯାଇଛି। ସଂଘର ଏହି ଆଭାସି ବୈଠକରେଜିଲ୍ଲା ର ଛବିଶ ଟି ମହାବିଦଳୟ ରୁ ଅଧ୍ୟାପକ ଓ କର୍ମଚାରୀଙ୍କ ସହ ଜିଲ୍ଲା ସମ୍ପାଦକ ବିଶ୍ୱପତି ବେହେରା, ଦେବେନ୍ଦ୍ର ମିଶ୍ର,ସତ୍ୟନାରାୟଣ ଦାଶ,ଅଶୋକ କୁମାର ମିଶ୍ର, ସରୋଜ କୁମାର ଦାଶ, ଗୋବିନ୍ଦ ମହାରଣା , ରାଜେଶ ଦାଶ,ମମତା ବିଶ୍ୱାଳ, ଅନିଳ ପ୍ରଧାନ,ପ୍ରମୋଦ କୁମାର ଦେହେରି ପ୍ରମୁଖ ସଦସ୍ଯ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ