Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁଲବାମା ଶହୀଦ ସ୍ମୃତିରେ ପଞ୍ଚ ଦିବାସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଭିକମପୁର ବିପକ୍ଷରେ ବୁର୍ଲା ବିଜୟୀ

ସମ୍ବଲପୁର:ଫୁଲବାମା ଶହୀଦ ସ୍ମୃତିରେ ପଡିଆବାହାଲ ନିକଟସ୍ତ ପଧାନପାଲି ଖେଳ ପଡିଆରେ ପଞ୍ଚ ଦିବାସୀୟ ସପ୍ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫୁଲାନାମା ରେ ଶହୀଦ ହୋଇଥିବା ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହା ଗତ ୭ ବର୍ଷ ଧରି ଚାଲି ଆସୁଛି।ଫାଇନାଲ ଖେଳରେ ଆଜି ଭିକମପୁର ବିପକ୍ଷରେ ବୁର୍ଲା ମାରୁତି କ୍ଲବ ଚମ୍ପିଆନ ହୋଇ ରନର୍ସ ଅଫ ହୋଇଥିବା ବେଳେ ମାନେଶ୍ଵର ବ୍ଲକର ଭିକମପୁର ରନର୍ସଅଫ ହୋଇ ପୁରସ୍କାର ଗ୍ରହଣ କରିଛନ୍ତି।
ପଡିଆବାହାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ଲବର ଆୟୋଜନ ଓ ପଧାନପାଲି କ୍ରିକେଟ କ୍ଳବ ସହଯୋଗରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ଅବସରପ୍ରାପ୍ତ ପୋଲିସ ଅଧିକାରୀ ପ୍ରଫୁଲ୍ଲ ସାହୁ ଓ ବିଏସଏଫ ଯବାନ ମାନସ ଖଣ୍ଡା ମିଳିତ ଭାବେ ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ବାହାମ ସରପଞ୍ଚ ସରସ୍ବତୀ ଭୋସାଗର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ, ବାହାମ ସମିତିସଭ୍ୟ ପ୍ରଫୁଲ୍ଲ ମଗର,କବରାପାଲି ସମିତି ସଭ୍ୟା ବନିତା ଓରାମ,ପଡିଆବାହାଲ ଆରୋଗ୍ୟ ମନ୍ଦିର ଡାକ୍ତର ଲୋକନାଥ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଓ ସଦସ୍ୟ ଯଥାକ୍ରମେ ଅମୂଲ୍ୟା ସାହୁ ଓ ଦେବାନନ୍ଦ ଭୋସାଗର ଓ ସାମ୍ବାଦିକ ଆଦେଶ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡାର ବିକାଶ ସ୍ୱାସ୍ଥ୍ୟର ବିକାଶ ସହିତ ତୁଳନା କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ୫ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମକୁ ବିପ୍ଳବ ଭୋସାଗର,ସୂର୍ଯ୍ୟ ନାରାୟଣ ସାହୁ,ଆକାଶ ମିଶ୍ର,ରଞ୍ଜନ ଭୋଇ,ରମଣୀ କୁମ୍ଭାର,ରୁପେଶ ବେସନ, ଉମାକାନ୍ତ ବେସନ ପ୍ରମୁଖ ମୁଖ୍ୟ ପରିଚାଲନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ