କେନ୍ଦୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ତାଲୁକ ଆଇନ ସେବା ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନ୍ଦୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ତାଲୁକ ଆଇନସେବା କମିଟି ପକ୍ଷରୁ ‘ଯୌନ ଶୋଷଣରୁ ସୁରକ୍ଷା ‘ ସମ୍ବନ୍ଧରେ ଆଜି ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଧବାର ଉକ୍ତ ଶିବିରରେ ବରିଷ୍ଠ ଦେୱାନି ଜଜ୍ ତଥା କମିଟିର ଅଧ୍ୟକ୍ଷା ସରୋଜିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଏସଡିଜେଏମ ପୁନମ ସେଠ , ଆଇନଜୀବୀ ଶଙ୍କର୍ଷଣ ପଣ୍ଡା , ଥାନା ଅଧିକାରୀ ସେଠୀ ପ୍ରମୁଖ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ଯକ୍ରମରେ କେନ୍ଦୁପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦିରା ମିଶ୍ର ସଭାପତିତ୍ବ କରିଥିଲେ । ଶିକ୍ଷକ ସୀତାଂଶୁ ଶେଖର ଖମାରୀ ସଭାର ସଂଯୋଜନା କରିଥିବାବେଳେ ବିଚାର ବିଭାଗୀୟ କର୍ମଚାରୀ ସଞ୍ଜୀବ ବାରିକ , ଶେଷଦେବ କୁଦେଇ , ରବିନାରାୟଣ ଅମାତ ପ୍ରମୁଖ ସହଯୋଗ କରିଥିଲେ । ଅମରେଶ ତ୍ରିପାଠୀ , ଅର୍ପିତା ହୋତା , ବିଷ୍ଣୁପ୍ରସାଦ ଧଳ , ଦେବାଶିଷ ମିଶ୍ର ପ୍ରମୁଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ I ଶେଷରେ ଶିକ୍ଷକ ଦିବ୍ୟ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।