Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମୂହ ଚିତ୍ରକଳା ପ୍ରଦର୍ଶନୀ ଐକ୍ୟମ୍ ଉଦଘାଟିତ

ସମ୍ବଲପୁର:ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୨୪ ଜଣ ଉଚ୍ଚାକାଂକ୍ଷି ଚିତ୍ରଶିଳ୍ପୀଙ୍କୁ ନେଇ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଐକ୍ୟମ୍ ଆଜି ଉଦଘାଟିତ ହୋଇଯାଇଛି l ସ୍ଥାନୀୟ ଗୌରିଶଙ୍କର ସାହାଣୀ ପାର୍କ ସ୍ଥିତ ଓଡ଼ିଶା ଲଳିତ କଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ରେ ଐକ୍ୟମ୍ ର ସଂଯୋଜକ କେଦାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଈଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସମ୍ବଲପୁର ମୁଖ୍ୟ ଅତିଥି, ଭୋଲାନାଥ ନାୟକ ବରିଷ୍ଠ ଚିତ୍ରଶିଳ୍ପୀ ସମ୍ବଲପୁର, ଶ୍ରୀମତି ରୋଜାଲିନ ତିର୍କି , ଜିଲ୍ଲା ସଂସ୍କୃତି ଅଧିକାରୀ, ସମ୍ବଲପୁର , ଡକ୍ଟର ପ୍ରଦୀପ କୁମାର ପଣ୍ଡା, ବିଶିଷ୍ଟ କବି ଏବଂ ଗଙ୍ଗାଧର ମେହେର ବିଶ୍ବିଦ୍ୟାଳୟ ଭୀମ ଭୋଇ ଚେୟାର ର ପ୍ରଫେସର , ସମ୍ବଲପୁର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ l ଏହି ପ୍ରଦର୍ଶନୀରେ କେଦାର ନାୟକଙ୍କ ସମେତ ହୃଷୀକେଶ ରଣା, ଏମ. ସାଇ ଜନାର୍ଦ୍ଦନ ଆଚାର୍ଯ୍ୟ, ପ୍ରେମ ଚାନ୍ଦ ରାଉତ୍, ପ୍ରଭୁ ଦୟାଲ୍ ତିର୍କି, ପି. ବି. ଗଣେଶ, ଶାନ୍ତନୁ କୁମାର ମେହେର, ବୃନ୍ଦାବନ ବିଶି, ସତ୍ୟନାରାୟଣ ମେହେର, ବୀରେନ୍ଦ୍ର ବି. ସିଂ , ଗଣେଶ ପ୍ରସାଦ ସିଂ, ସମରେନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ମେହେର, ପପ୍ପୁ କୁମାର ନାୟକ, ସୁରେଶ କୁମାର ସାହୁ, ଡି. ଶିବା ଆଚାରୀ, ବିକାଶ ଘୋଷ, ଶୁଭମ୍ ସାହୁ, ଅଂଶୁମାନ ପଣ୍ଡା, ରାହୁଲ୍ ମହାକୁଡ, ଲିଙ୍କନ ନାୟକ, ସୁଶାନ୍ତ ମେହେର, ବିଦ୍ୟାପତି ପଧାନ ଏବଂ ସରୋଜ ରଣାଙ୍କ ଚିତ୍ତାକର୍ଷକ ଚିତ୍ରକୃତୀ ସ୍ଥାନ ପାଇଛି l ଏହି ପ୍ରଦର୍ଶନୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କଳାପ୍ରେମୀ ତଥା ଦର୍ଶକ ମାନଙ୍କ ପାଇଁ ପୂର୍ବାହ୍ନ ୧୧ ଟା ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଖୋଲା ରହିବ।