Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୮୫ ବର୍ଷର ବୃଦ୍ଧାଙ୍କୁ ମାଡ ମାରି କ୍ଷ୍ୟତାକ୍ତ କଲେ ପୁଅ, ନିର୍ଯାତନା ସହିନପାରି ଥାନାର ଦ୍ୱାରସ୍ତ ହେଲେ ବୃଦ୍ଧା ମା ‘

କଳାହାଣ୍ଡି, ୨୦/୦୨
(ଜଗନ୍ନାଥ ନାଏକ) : ସମାଜ ଆଜି କଳୁଷିତ ହେବାକୁ ଲାଗିଲାଣି ଧୀରେ ଧୀରେ ମଣିଷ ପଣିଆ ଲୋପ ପାଇଗଲାଣି ହୃଦୟରେ ମାନବିକତା ମଧ୍ୟ୍ୟ ମରିଗଲାଣି ପ୍ରତେକ ଦିନ ବୃଦ୍ଧ ପିତାମାତା ପୁଅ ବୋହୁଙ୍କ ଦ୍ୱାରା ନିର୍ଯାତନାର ଶିକାର ହେବା ଆଜି ପ୍ରମୁଖ ଗଣ ମଧ୍ୟମର ଶିରୋନାମା ପାଲଟୁଛି। ଗତ କାଲି ଭଦ୍ରକ ବାସୁଦେବ ପୁରରେ ସେଇଭଳି ଏକ ସ୍ପର୍ଶକାତର ହୃଦୟବିଦାରକ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆଜି ପୁଣି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଟାଉନ ଥାନା ଅଧୀନ ମହାବୀର ପଡ଼ାରେ ରହୁଥିବା ୮୫ ବର୍ଷୀୟ ବୃଦ୍ଧା ଲାବନ୍ୟ ନାୟକ। ବୃଦ୍ଧା ନିଜ ପୁଅ ବୋହୁ ଏବଂ ନାତୁଣୀଙ୍କ ଅତ୍ୟାଚାରେ ଅତିଷ୍ଠ ହୋଇ ଥାନାର ଦ୍ୱାରସ୍ତ ହୋଇଛନ୍ତି। ବୃଦ୍ଧା ଜଣକ ନିଜ ପୁଅ ଦୁଷ୍ମନ୍ତ କୁମାର ନାୟକ ବୋହୁ ଗୀତାଞ୍ଜଳି ନାୟକ ଏବଂ ନାତୁଣୀଙ୍କ ନାମରେ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ଆଜି କୁଆଡେ ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ମା ପୁଅ ବିରୋଧରେ ଅନେକ ବାର ଅଭିଯୋଗ ଆଣିଛନ୍ତି। ଘଟଣାରୁ ପ୍ରକାଶଯେ ମା’ଙ୍କ ପେନସନ ଟଙ୍କା ଏବଂ ଜମିବାଡ଼ିକୁ ହାତେଇବା ପାଇଁ ମନ୍ଦ ଉଦେଶ୍ୟ ରଖି ମା କୁ ବାଧ୍ୟ୍ୟ କରିଥିଲେ ପୂଅ ଏଥିରେ ମା ରାଜି ନହେବାରୁ ଉତକ୍ଷିପ୍ତ ହୋଇ ପୁଅ, ବୋହୁ ଏବଂ ନାତୁଣୀ ସଂଘବଧ ଭାବେ ମା ‘କୁ ଅକ୍ରମଣ କରି ଘରୁ ତଡ଼ିଦେବାଭଳି ସାଙ୍ଘାତିକ ଅଭିଯୋଗ ଆଣି ଛନ୍ତି ଖୋଦ ମା । ଉକ୍ତ ଘଟଣାଟି ଅତ୍ୟନ୍ତ ସ୍ପର୍ଶିକାତର ଏବଂ ସମ୍ବେଦନଶିଳ ହୋଇଥିବାରୁ ପୋଲିସ ମାମଲା ୠଜୁକରି ଘଟଣାଟିକୁ ଗୁରୁତ୍ୱର ସହନେଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବିହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ