ବନ ପାହାଡ ଘେରା ସୁନାପାଲି ଗାଁ ରେ ବନାଗ୍ନି ନିରାକରଣ ଜନ ସଚେତନତା କାର୍ଯ୍ୟକ୍ରମ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ଉପାନ୍ତ ସୁନାପାଲି ବନ ସୁରକ୍ଷା ସମିତି ଠାରେ ବନାଗ୍ନୀ ନିରାକରଣ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପିଏଏନଜିଓ ଡିଓ ସୁଚରିତା ନାୟକ ସ୍ୱାଗତ ଭାଷଣ ସହ ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆ ଅତିଥି ଭାବେ ଯୋଗ ଦେଇ ଗ୍ରୀଷ୍ମଋତୁର ଆଗମନରେ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ନିଆଁ ଲାଗି ବହୁତ କ୍ଷୟ କ୍ଷତି ହେଉଥିବା ବେଳେ ବନ୍ୟପ୍ରାଣୀ, ବୃକ୍ଷଲତା ଓ ଔଷଧୀୟ ବୃକ୍ଷଲତା ମାଟିର ଉର୍ବରତା ମଧ୍ୟ ହ୍ରାସ ପାଉଛି l ଫଳରେ ପରିବେଶ ଦିନକୁ ଦିନ ପ୍ରଦୂଷଣ ହେଇଯାଉଛି ବୋଲି ବକ୍ତବ୍ୟ ରଖିବା ସହ ଜ଼ିରୋ ଜଙ୍ଗଲ ନିଆଁ ପାଇଁ ନିବେଦନ କରିଥିଲେ l ଚାଷ ଜମିରେ ନିଆଁ ନ ଲଗାଇବା , ମହୁଲଗୋଟାଳି ମାନଙ୍କୁ ନିଆଁ ନ ଲଗାଇବା , କୌଣସି ସ୍ଥାନରେ ନିଆଁ ଲାଗିଥିବାର ଦେଖିଲେ ତୁରନ୍ତ ଲିଭାଇବା ପାଇଁ ଉଦ୍ୟମ କରିବା , ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପାଇଁ ଟିମ୍ ଲିଡର ସଂଜୀବ କୁମାର ନାଗ ସମସ୍ତଙ୍କୁ ବୁଝାଇ ଥିଲେ I ଜଙ୍ଗଲ ଆମର ମୂଲ୍ୟବାନ ସମ୍ପଦ ଜଙ୍ଗଲରେ ନିଆଁ ଲଗାଇବା ନାହିଁ ବୋଲି ଆମ ଜଙ୍ଗଲକୁ ଆମେ ସୁରକ୍ଷା କରିବା ବୋଲି ବନପାଳ ରଘୁମଣୀ ଭୋଇ ସମସ୍ତଙ୍କୁ ଅନୁରୋଧ କରିଥିଲେ l ଶେଷରେ ପ୍ରକୃତିପ୍ରେମୀ ସତ୍ୟଜିତ ସମସ୍ତ ବନ କର୍ମଚାରୀ ଓ ବନ ସୁରକ୍ଷା ସମିତି ସଭ୍ୟ ସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଆମ ଜଙ୍ଗଲରେ ଆମେ ନିଆଁ ଲଗାଇବା ନାହିଁ, ଆମେ ବନାଗ୍ନୀକୁ ନିରାକରଣ କରିବା ପାଇଁ ସମସ୍ତେ ପ୍ରତିଜ୍ଞବଦ୍ଧ ରହିବା ପାଇଁ ଅନୁରୋଧ କରି ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସଭାପତି ନବୀନ ଧରୁଆ , ଉପ- ସଭାନେତ୍ରୀ ଅଷ୍ଟମୀ ଦେହେରୀ , କୋଷାଧ୍ୟକ୍ଷ ବଶିଷ୍ଠ ଭୁକ୍ତା , ସନ୍ଧ୍ୟାରାଣୀ ଦେହେରୀ, ସଚିନ ଧରୁଆ ଭୋଇଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା , ଏସ ଏଚ ଜି ମହିଳା ଉପସ୍ଥିତ ଥିଲେ l