Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୂଯ୍ୟଦୟ ବେଳେ ଜୀବନ ଅସ୍ତ , ଦୁର୍ଘଟଣାରେ ବ୍ୟବସାୟି ମୃତ

ସମ୍ବଲପୁର:ବରଗଡ ଜିଲ୍ଲ ଭଟଲି ରହିଛି ଦୈନିକ ବଜାର ,ଯେଉଁ ସ୍ଥାନ କୁ ଆଖପାଖ ଅଞ୍ଚଳରୁ ସହ ସହ ଚାଷୀ ନିଜ ନିଜ ପରିବା ବିକ୍ରି କରିବା ପାଇଁ ଆସିଥିବା ବେଲେ ପରିବା କିଣିବା ପାଇଁ
ବହୁତ ଲୋକ ଆସିଥାନ୍ତି ତା ସହିତ ବ୍ୟବସାୟିଙ୍କ ମଧ୍ଯ ଭିଡ ଲାଗିଥାଏ। ହେଲେ କିଏ ଯାଣିଥିଲା ପରିବା କିଣିବାକୁ ଯିବା ବେଲେ ଗାଡି ଧକ୍କା ରେ ବ୍ୟବସାୟିଙ୍କ ମୃତ୍ୟୁ ହୋଇଯିବ ବୋଲି । ଏମିତି ଏକ ଘଟଣା ଘଟିଛି ଭଟଲ ଥାନା ପାଖରେ। ସୂଚନା ଅନୁଯାଇ ପ୍ରତ୍ୟକ ଦିନ ଭଳି ସକାଳ ଭୋର 5ଟାରୁ ଉଠି ଭଟଲି ବଜାରକୁ ପରିବା କିଣିବା ପାଇଁ ସରୋଜ ମିଝି ବାହାରି ଯାଇଥିଲେ ହେଲେ ରାସ୍ତାରେ ମୃତ୍ୟୁ ଅପେକ୍ଷାରେ ଥିବା କଥା କିଏ ଜାଣିଥିଲା। ନିଜର ଏକ୍ସସେଲ ସୁପରରେ ସରୋଜ ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ମାଳବାହିଁ ଗାଡି ଧକ୍କା ଦେଇଥିଲା ଯାହାଫଳରେ ଘଟଣା ସ୍ଥଳରେ ସରୋଜଙ୍କ ମୃତ୍ୟୁବରଣ ହୋଇଥିଲା। ଘଟଣାସ୍ଥଳରୁ ଭଟଲି ପୋଲିସ ମୃତ ଶବ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପହଞ୍ଚାଇ ଥିଲେ। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଭଟଲି ପୋଲିସ ତରଫରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories