ସମ୍ବଲପୁର:ସମ୍ବଲପୁରୀ ଦରପନ ଅନୁଷ୍ଠାନ ପକ୍ଷରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଶୁକ୍ରବାର ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି ସମ୍ବଲପୁରୀ ଦରପନର ଉପଦେଷ୍ଟା ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବଲପୁରୀ ଦରପନ ର ସମ୍ପାଦକ ଭବାନୀଶ ଭୋଇ ପରିଚାଳନା କରିଥିଲେ। ଏଥିରେ ସମ୍ବଲପୁରୀ ଭାଷାର ସାମ୍ବିଧାନିକ ସ୍ବିକୃତି, ଭାଷାର ବର୍ତ୍ତମାନ ସ୍ଥିତି ଏବଂ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଳୋଚନା କରାଯାଇଥିଲା ସମ୍ବଲପୁରୀ ଭାଷାରେ ପ୍ରକାଶନର ସମସ୍ୟା ଯୋଗୁଁ ବହୁ କବି ଲେଖକଙ୍କ ଲେଖା ଲୋକ ଲୋଚନକୁ ଆସିପାରୁନଥିବା ନେଇ ଚର୍ଚ୍ଚା କରାଯାଇଥିଲା ଏଥିପାଇଁ ସମ୍ବଲପୁରୀ ଭାଷାରେ ଅଧିକରୁ ଅଧିକ ପୁସ୍ତକ ପ୍ରକାଶନ ନିମନ୍ତେ ସମ୍ବଲପୁରୀ ଦରପନ ପକ୍ଷରୁ ଦାୟିତ୍ୱ ନେବା ଜରୁରୀ ବୋଲି ଉପସ୍ଥିତ ଆଳୋଚକ ମାନେ ମତ ପ୍ରକାଶ କରିଥିଲେ ପ୍ରକାଶନ ସୁଦୃଢ ହେଲେ ଲେଖକ ଏବଂ ପାଠକ ମଧ୍ୟରେ ଦୁରତା କମିବ ଏବଂ ସମ୍ବଲପୁରୀ ଭାଷାର ବିକାଶ ସମ୍ଭବ ହେବ ବୋଲି କାଯର୍ୟକ୍ରମରେ ବରିଷ୍ଠ ଲେଖକ ମାନେ ମତ ପୋଷଣ କରିଥିଲେ ଏହି ଅବସରରେ ପ୍ରତି ମାସରେ ପ୍ରତି ସଦସ୍ୟ ଶହେଟଙ୍କାର ପାଣ୍ଠି ସଂଗ୍ରହ କରି ସେହି ପାଣ୍ଠିରେ ପୁସ୍ତକ ମାନ ପ୍ରକାଶନ କରିବାକୁ ଆଗଭର ହେବାକୁ ମତ ଦେଇଥିଲେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ମାଁ ସମଲେଇ ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ କାଯର୍ୟକ୍ରମ ଆରମ୍ଭ କରାଯାଇଥିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ ସହଯୋଗ ରେ ଏହି କାଯର୍ୟକ୍ରମ ଆୟୋଜିତ ହୋଇଥିଲା ଏହି ଅବସରରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଡେରାରେ ନିୟମିତ ସମ୍ବଲପୁରୀ କାଯର୍ୟକ୍ରମ ଆୟୋଜନ ନେଇ ମତ ପ୍ରକାଶ ପାଇଥିଲା କାଯର୍ୟକ୍ରମରେ ଓଡିଶା ସାଂସ୍କୃତିକ ସମାଜର ପୁର୍ବତନ ସଭାପତି ଅଶୋକ ମିଶ୍ର, ସମ୍ବଳପୂୁରୀ ଦରପନର କାଯର୍ୟକାରୀ ସମ୍ପାଦକ ଦେବୀ ପ୍ରସାଦ ଭୋଇ, ଅକ୍ଷର ଅନୁଷ୍ଠାନର ସମ୍ପାଦକ ମାନସ ରଂଜନ ଷଡଙ୍ଗୀ, ପଶ୍ଚିମାଞ୍ଚଲ ଏକତା ମଞ୍ଚର ପଙ୍କଜିନୀ ମେହେର, ସୁଷମା ପ୍ରଧାନ, କିଶୋର ଧରେଇ, ଲଲିତ ମୋହନ ବେବେର୍ତ୍ତା, ବ୍ୟଙ୍ଗକବି ଗୁଣ ରଞ୍ଜନ ସାଲିମା, ସୁପ୍ରୀୟା ଦାସ, ରାହୁଲ ଗୁପ୍ତା, ଲଲିତା ଭୋଇ ପ୍ରମୁଖ ଉପସ୍ଥିତ ରହି ନିଜର ମତ ଉପସ୍ଥାପନ କରିଥିଲେ।
ପ୍ରକାଶନ ସୁଦୃଢ ହେଲେ ଲେଖକ ଓ ପାଠକର ଦୁରତା କମିବ
