ମାଟୁପାଲି ରେ ଗୋପାଳଜୀ ମହାପ୍ରଭୁଙ୍କ ପ୍ରଥମ ବାର୍ଷିକ ମହୋତ୍ସବ ପାଳିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ଗାଁରେ ଶ୍ରୀ ଗୋପାଳଜୀ ମନ୍ଦିର କମିଟି ଓ ଗ୍ରାମବାସୀଙ୍କ ନେତୃତ୍ବରେ ଶ୍ରୀ ଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କ ପ୍ରଥମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ୧୮ ତାରିଖରୁ ଆରମ୍ଭ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି। ୧୮ ତାରିଖ ମଙ୍ଗଳବାର ଦିବା ୧.୩୦ ମି ରେ କଳଶ ଶୋଭା ଯାତ୍ରା , ୧୯ ତାରିଖ ବୁଧବାର ସକାଳ ୯ଟାରୁ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ଓ ଆଜି ପୂର୍ଣ୍ଣାହୂତି ଓ ପରେ ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୀ ରାମଜୀ ମଠ ମହନ୍ତ ଶ୍ରୀ ଶ୍ରୀ ବଂଶୀଧର ଦାସ ମହାରାଜଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇଥିଲା।
ଏହି ପୂଜାରେ କର୍ତ୍ତା ଭାବେ ଧ୍ରୁବଚରଣ ବ୍ରହ୍ମଚାରୀ ଓ ଶକୁନ୍ତଳା ବ୍ରହ୍ମଚାରୀ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ ଆଶୁତୋଷ ପୁରୋହିତ କାର୍ଯ୍ୟ ତୁଳାଇଥିଲେ । କମିଟି ସଦସ୍ୟ ମନମୋହନ ମିଶ୍ର , ଜ୍ଞାନ ରଞ୍ଜନ ବ୍ରହ୍ମଚାରୀ , ସନ୍ତୋଷ କମ୍ପ , ଶିବ ବେହେରା ତଥା ଗ୍ରାମବାସୀ ସହଯୋଗ କରିଥିଲେ । ଏହି ଅବସରରେ ବୀର ସୁରେନ୍ଦ୍ର ସାଏ କ୍ଲବ ତରଫରୁ ଜଳ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ବରିଷ୍ଟ ସଦସ୍ୟ ନିରଞ୍ଜନ ମେଲ୍ଲୀ ଉଦଘାଟନ କରିଥିବା ବେଳେ ସଭାପତି ଧବଳେଶ୍ୱର ଭୁକ୍ତା ପରିଚାଳନା କରିଥିଲେ । ସୋମନାଥ ମେଲ୍ଲୀ, ବସନ୍ତ କମ୍ପ, ମଧୁସୂଦନ ମାଝୀ ଓ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସାହାର୍ଯ୍ୟ କରିଥିଲେ।