Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା

ସମ୍ବଲପୁର:ଓଡ଼ିଶା ରାଜ୍ୟ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା(ଆଇ.ଏ.ଏସ.) ସମ୍ବଲପୁର ଜିଲ୍ଲା ର ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି।
ସେ ଆଜି ରେଙ୍ଗାଲି ଏବଂ କୁଚିଣ୍ଡା ଗସ୍ତ ରେ ଯାଇଥିଲେ। ସେଠାରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଶର୍ମା ସଲାଡ ଜିପି ର ଜୋଗିପାଲି ଠାରେ ସ୍ଥିତ ଜଳ ବିଶୋଧନ ପ୍ରକଳ୍ପ, ଲଇଡା ଗ୍ରାମ ର ଫୋଡଡର(fodder)ଚାଷ, ଲକ୍ଷପତି ଦିଦି ମାନଙ୍କର ଷ୍ଟ୍ରବେରି ଚାଷ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ ଏହା ପରେ ଅତିରିକ୍ତ ମୁଖ୍ୟ ସଚିବ ଲଇଡା ର ସ୍ଵୟଂ ସହାୟକ ଗୋଷ୍ଠୀର ବ୍ରେଡ ଫ୍ଯାକ୍ଟରି, କୁଚିଣ୍ଡା ର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର, ପରୁଆଭାଡି ର ଏସଏସ ତାଲିମ କେନ୍ଦ୍ର, ଇଭଲ୍ବ(EVOLVE) ସ୍ୱାସ୍ଥ୍ୟ କେନ୍ଦ୍ର,ଲଙ୍କା ଚାଷ କ୍ଷେତ, ପ୍ରପେଟା ନାଳ ଉପରେ ନିର୍ମାଣଧୀନ ତେଲିତିଲେଇମାଳ ରୁ ଗୋଛାରା ପର୍ଯ୍ୟନ୍ତ ବ୍ରିଜ ଆଦି ର ପରିଦର୍ଶନ କରିଥିଲେ।ଏହା ସହିତ ସେ ଗୋଛରା ଗ୍ରାମ ପଞ୍ଚାୟତ ର ଚାଷୀ, ଉଜ୍ବଲ୍ଲା ujjwala aaparel ପ୍ରଶିକ୍ଷଣ କେନ୍ଦ୍ର ର ସଦସ୍ୟ ଙ୍କ ସହ ଆଲୋଚନା କରିଥିଲେ।
ଶେଷରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଏସଏସଏ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକ ର ଆୟୋଜନ କରଯାଇଥିଲା।ଉକ୍ତ ସମୀକ୍ଷା ବୈଠକ ରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା (ଆଇ.ଏ.ଏସ.), ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦ ଭୂଷଣ(ଆଇ.ଏ.ଏସ.), ଙ୍କ ସମେତ ସମସ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।ସଭାରେ ମୁଖ୍ୟ ସଚିବ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜାନା, ଅନ୍ତୋଦୟ ଗୃହ ଯୋଜାନା,ସେତୁ ବନ୍ଧ ଯୋଜନା,ଗୋଦାବରିଶ ମିଶ୍ର ଆଦର୍ଶ ପ୍ରିମାରୀ ସ୍କୁଲ ଯୋଜନା, ସୁଭଦ୍ରା ଯୋଜନା,ପୋଷଣ ଅଭିଯାନ, ଆଇସିଡିଏସ, ଏସଟି ଏବଂ ଏସସି ସ୍କୁଲ,ସାନିଟେସନ,ସମ୍ବଲପୁର ମହାନଗର ନିଗମ ର ଉନ୍ନତିକରଣ କାର୍ଯ୍ୟ, ନ୍ଯାଶନ୍ଯାଲ ସୋସିଆଲ ଆସିସଷ୍ଟାନସ ପ୍ରୋଗ୍ରାମ, ମଧୁବାବୁ ପେନସନ ଯୋଜନା ଆଦି ର ସେ ଜିଲ୍ଲା ରେ ଚାଲୁଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ, ସରକାରୀ ଯୋଜନାର ଆଦି ର ସମୀକ୍ଷା କରିଥିଲେ। ସେ ସଠିକ ପରିଚାଳନା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଙ୍କୁ କହିଥିଲେ ଏବଂ ଏହା ସହିତ ଆଗାମୀ ଦିନରେ ସମ୍ବଲପୁର ଜିଲ୍ଲା ର ସମନ୍ଵୟ ଅଭିବୃଦ୍ଧି କିପରି ହୋଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ଏବଂ ସେ ସବୁ ବିଷୟରେ ଉପରେ ଉଚିତ ପଦକ୍ଷେପ ନେବାକୁ ଉପଦେଶ ଦେଇଥିଲେ କହିଥିଲେ, ଯାହାଫଳରେ ସମ୍ବଲପୁର ମଧ୍ୟ ଭୁବନେଶ୍ବର ଭଳି ଟିଅର ୨ ସହର ଅନ୍ତର୍ଭୁକ୍ତ ହୋଇପାରିବ। ଶେଷରେ ସେ ଉପସ୍ଥିତ ପ୍ରତ୍ୟେକ ଅଧିକାରୀଙ୍କୁ ସମ୍ବଲପୁର ସହର ଉନ୍ନତି ପାଇଁ ଚିନ୍ତା କରିବାକୁ ଏବଂ ଏହାର କାର୍ଯ୍ୟକାରିତା ପାଇଁ କାମ କରିବାକୁ ଉତ୍ସାହିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ