Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ-ପାକିସ୍ତାନ ମ୍ୟାଚରେ ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ଯାଙ୍କ ଘଣ୍ଟା

ଦୁବାଇ: ଭାରତ ବନାମ ପାକିସ୍ତାନ ବିଗ ଫାଇଟରେ ପାକ୍ ଦଳର କପ୍ତାନ ଟସ ଜିତି ପ୍ରଥମେ ବ୍ଯାଟିଂ କରିଥିଲେ। ଭାରତ ପକ୍ଷରୁ ପ୍ରଥମ ଝଟକା ପାକିସ୍ତାନକୁ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ଯା। ଏହି ମ୍ୟାଚରେ ଭାରତ ବାଜିମାତ କରିଥିବା ବେଳେ ହାଇଭୋଲଟେଜ ମ୍ଯାଚରେ ଫ୍ଯାନ୍ସଙ୍କ ନଜର ହାର୍ଦ୍ଦିକ ପିନ୍ଧିଥିବା ଘଣ୍ଟା ଉପରେ ମଧ୍ଯ ଥିଲା । ଯାହାକୁ ପିନ୍ଧି ସେ ଦୁବାଇ ଇଣ୍ଟରନ୍ଯାଶନଲ କ୍ରିକେଟ ଷ୍ଟାଡିୟମଙ୍କୁ ଓହ୍ଲାଇଥିଲେ । ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ଏହି ଘଣ୍ଟାର ଦାମ୍ ପ୍ରାୟ ୭ ରୁ ୧୫ କୋଟି ଟଙ୍କା ହୋଇଥିବ । ତେବେ ଏହି ଘଣ୍ଟା ହେଉଛି ରିଚାର୍ଡ ମିଲେରର ରାଫେଲ ନାଡାଲ ସ୍କେଲିଟନ ଡାଏଲ ଏଡିଶନର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ