ୟେଲା କୋଣ୍ଡାବାବୁ ହେଲେ ରାୟଗଡ଼ା ଜିଲ୍ଲା ଟ୍ରକ ୟୁନିୟନ ସଭାପତି


ଗୁଡାରି: ରାୟଗଡ଼ା ଜିଲ୍ଲା ଟ୍ରକ ଆସୋସିଏସନର ସଭାପତି ଭାବେ ୟେଲା କୋଣ୍ଡା ବାବୁ ବିଜୟ ଲାଭ କରିଛନ୍ତି। ଆଜିଠାରୁ ରାୟଗଡ଼ ଟ୍ରକ ମାଲିକ ସଂଘର ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ରାୟଗଡ଼ ଟ୍ରକ ୟୁନିଅନର ନାମାଙ୍କନ ପତ୍ର ଦାଖଲ ସମୟ ଅପରାହ୍ନ ୧୨ ଟା ରୁ ୩ ଟା ପର୍ଯ୍ୟନ୍ତ ଥିବା ବେଳେ ଆଜି କେବଳ ସଭାପତି ପଦ ପାଇଁ ୟେଲ୍ଲା କୋଣ୍ଡାବାବୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। କାର୍ଯ୍ୟକାରୀ ସଭାପତି ପାଇଁ ରାମ ମୋହନ ରାଓ, ସାଧାରଣ ସମ୍ପାଦକ ପାଇଁ କେ ଜାନିକି ରାମୟା ଉପସଭାପତି ପାଇଁ କେ ସୂର୍ୟା ଓ ଧରମା, ଯୁଗ୍ମ ସମ୍ପାଦକ ପାଇଁ ଏମ ଭାନୁ ପ୍ରସାଦ ଓ ସୁଧା ମୁଦୁଲି, କୋଷାଧ୍ୟକ୍ଷ ପାଇଁ ଭି ପ୍ରସାଦ ଓ ପ୍ରଶାନ୍ତ ସାମଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ର ଶେଷ ସମୟ ଆଜି ଦିନ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଥିବା ବେଳେ ଅନ୍ୟ କୌଣସି ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିନଥିଲେ ଫଳରେ ୟୁନିଅନର ସଭାପତି ଭାବେ ନିର୍ଦ୍ଵନ୍ଦରେ କୋଣ୍ଡାବାବୁ ନିର୍ବାଚିତ ହୋଇଛନ୍ତି । ନିୟମାନୁଯାୟୀ ଆଜି ବିଧିବଦ୍ଧ ଭାବେ ଏହାର ଘୋଷଣା ହେବାପରେ ଦିନ ୧୦ଟା ବେଳେ କୋଣ୍ଡା ବାବୁ ଓ ଅନ୍ୟ ସମସ୍ତ ବିଜୟୀ ପ୍ରାର୍ଥୀ ମା ମଝିଘରିଆଣୀ ମନ୍ଦିରକୁ ଯାଇ ମାଙ୍କ ଆଶୀର୍ବାଦ ନେଇ ଏକ ରାଲିରେ ୟୁନିଅନର କାର୍ଯ୍ୟାଳୟ କୁ ଯାଇ ସେଠାରେ ସେ ପ୍ରଥମେ ସଭାପତି କାର୍ଯ୍ୟଭାର ଗ୍ରହଣ କରିଥିଲେ।