Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ କଳା ଓ ସଂସ୍କୃତି ର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ-ମନ୍ତ୍ରୀ ରବି ନାଏକ

ସମ୍ବଲପୁର:ସକାଳ ୧୦ ଟା ସମୟ ରେ ଦୁର୍ଗାପୂଜା ମଣ୍ଡପ କୁସୁମୀ ପାଇଁ ନୂତନ ମଣ୍ଡପ ଓ ବହୁମୁଖୀ ବୃହଦାକାର ସମବାୟ ସମିତି କୁସୁମୀ ର ନୂତନ ଗୃହ ର ଭୂମି ପୂଜନ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ଏହାର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଆୟୋଜିତ ଏକ ସଭା ରେ ମାନ୍ୟବର ମନ୍ତ୍ରୀ ନିଜ ବକ୍ତବ୍ୟରେ ୭ ଟି ପଂଚାୟତର ଚାଷୀଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବାରେ ସହାୟକ ହେବ ବୋଲି କହିଥିଲେ । ଦୁର୍ଗପୂଜା ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସୁଚାରୁ ରୂପରେ ସମ୍ପାଦନ କରିବାରେ ଏହି ଦୁର୍ଗାପୂଜା ମଣ୍ଡପ ସହାୟକ ହେବ ।
କଳା ଓ କଳାକାର ସଂଘ କୁସୁମୀ ଦ୍ବାରା ଆୟୋଜିତ ହେଉଥ‌ିବା ରାମଲୀଳା ମହୋତ୍ସବ ଯାହା କି ବିଗତ ୭ ବର୍ଷ ଧରି ଚୈତ୍ର ମାସରେ ଅନୁଷ୍ଠିତ ହେଉଅଛି । ଆଗାମୀ ଦିନରେ ଏହାର ପ୍ରସାର ଓ ଗ୍ରହଣୀୟତା ଆହୁରି ଆଗକୁ ଯିବ ଓ ଏହାର ଭିତ୍ତିଭୂମିରେ ଅବଶ୍ୟକ ଅର୍ଥର ଅଭାବ ରହିବ ନାହିଁ ବୋଲି ମାନ୍ୟବର ମନ୍ତ୍ରୀ କହି ରାମଲୀଳାକୁ ଅଧିକ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ କରିବାକୁ ପରାମର୍ଶ ଦେଇଥିଲେ । ଆମ ସରକାର ଚାଷୀର ଆୟକୁ ଦୁଗୁଣ କରିବା ଦିଗରେ ସର୍ବଦା କର୍ତବ୍ୟରତ ଓ ଉନ୍ନତ ମାନର ସେବା ଯୋଗାଇବା ସରକାରଙ୍କ କର୍ତବ୍ୟ ବୋଲି ନିଜ ବକ୍ତବ୍ୟ ମାଧ୍ୟମ ରେ ଜଣାଇ ଥିଲେ।ଅନ୍ୟମାନଙ୍କ ମଧ୍ୟ ରେ ଜିଲ୍ଲା ପରିଷଦ ସଦସ୍ୟ ଦିବ୍ୟରାଜ କିସାନ ସାଂସଦ ପ୍ରତିନିଧୂ ରୁଦ୍ର ପ୍ରତାପ ଦେଓ ସ୍ଥାନୀୟ ସରପଂଚ ସଂକୀର୍ତନ କିସାନ କୁସୁମୀ ଗ୍ରାମ କମିଟି ର ସଭାପତି ଆଦିତ୍ୟ ପଟେଲ କଳା ଓ କଳାକାର ସଂଘ କୁସୁମୀ ର ସଭାପତି ବିଭୁତି କଲ୍ଯାଣ ପଟେଲ ରାମଲୀ ଳା ର ନିର୍ଦେଶକ ବୃହଦାକାର ସମବାୟ ସମବାୟ ସମିତି ର ସଭାପତି ବିପ୍ର ଚନ୍ଦ୍ରଭାନୁ ନାଏକ କାର୍ଯ୍ୟକ୍ରମର ଆୟୋଜକ ସଞ୍ଜୟ ଗୌଡ଼ ବହୁମୁଖୀ ଚରଣ ବାଘ ସମେତ ସମିତି ର ସମସ୍ତ ନିର୍ଦେଶକ ତଥା ଶତାଧୂକ ଗ୍ରାମବାସୀ ଏଥିରେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ