ସମ୍ବଲପୁର: କୁଚିଣ୍ଡା ବ୍ଲକ କିରା ଶାସନ ଗ୍ରାମ ଠାରେ ସେବକ ଅନୁଷ୍ଠାନ ପକ୍ଷରୁ କୁଚିଣ୍ଡା ସେକ୍ଟର ସ୍ତରୀୟ ଜଳ ବିଭାଜିକା ତାଲିମ କାର୍ଯ୍ୟକ୍ରମ ଅବସରରେ ଗୋରୁ ଖତ ଓ କମ୍ପୋଷ୍ଟ ଖତ ଦ୍ଵାରା ଚାଷ ସମ୍ବନ୍ଧୀୟ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ସେଚ୍ଛାସେବୀ ସୁଶ୍ରୀ ପୁସ୍ପିତା ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମର ବିଶିଷ୍ଟ ସମାଜସେବୀ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗ ଦେଇ ଏକ ସୁସ୍ଥ ପରିବେଶ ପାଇଁ ଜୈବିକ ଖଟକୁ ଆପଣେଇ ନେବା ବୋଲି ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଉଦ୍ୟାନ କର୍ମଚାରୀ ପ୍ରକୃତି ବନ୍ଧୁ ରବିନ୍ଦ୍ର କୁମାର ଦାସ ଜୈବିକ ଖତ ତିଆରି ଓ ପ୍ରୟୋଗର ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମକୁ ରିୱର୍ଡ ର ପୀତବାସ ଚାନ୍ଦ ଓ ହିମାଂଶୁ ଶେଖର ଚୌଧୁରୀ ପରିଚାଳନା କରିଥିଲେ । ପଙ୍କଜିନୀ ନାୟକ ଙ୍କ ନେତୃତ୍ୱରେ ଶିବିରାର୍ଥି ଗଣ ବ୍ୟାପକ ବୃକ୍ଷ ରୋପଣ , ପରିବେଶର ସୁରକ୍ଷା ତଥା ଜୈବିକ ସାର ପ୍ରୟୋଗ ପାଇଁ ଶପଥ ବଦ୍ଧ ହୋଇଥିଲେ।
କିରା ଶାସନରେ ଜଳ ବିଭାଜିକା ତାଲିମ ଶିବିରରେ ଜୈବିକ ସାର ପ୍ରୟୋଗ ଉପରେ ଆଲୋଚନା
