Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ସମ୍ବଲପୁର: ସୋମବାର ସମ୍ବଲପୁର ମହାନଗର ନିଗମ ପକ୍ଷ ରୁ ସ୍ୱଛତା ଅଭିଯାନ ଉପଲକ୍ଷେ ତପସ୍ଵିନୀ ସମ୍ମିଳନୀ କକ୍ଷ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ଶିକ୍ଷା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ବିଧାୟକ, ସମ୍ବଲପୁର ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାଏକ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ(ଆଇ.ପି.ଏସ), ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ), ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ(ଆଇପିଏସ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ବେଦ ଭୂଷଣ(ଆଇ.ଏ.ଏସ.) ପ୍ରମୁଖ ଙ୍କ ସମେତ ସମସ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ ଯେପର୍ଯ୍ୟନ୍ତ ଆମେ ନିଜେ ସଚେତନ ନହେଇଛେ, ଆମେ ନିଜେ ନଚାହିଁଛେ ସେ ପର୍ଯ୍ୟନ୍ତ ସମ୍ବଲପୁର ସତପ୍ରତିଶତ ସ୍ୱଚ୍ଛ ହୋଇପାରିବ ନାହିଁ।ସମ୍ବଲପୁରକୁ ଶତ ପ୍ରତିଶତ ଆବର୍ଜନାମୁକ୍ତ ସହର ରେ ପରିଣତ କରିବା ପାଇଁ ପ୍ରଥମେ ଆମେ ନିଜେ ପ୍ରୟାସ କରିବା ଦରକାର। ବିଶେଷ କରି ସମ୍ବଲପୁର ହେଉଛି କଳା ଓ ସଂସ୍କୃତି ର କ୍ଷେତ୍ର।ତେଣୁ ନୃତ୍ୟ ସଙ୍ଗୀତ ସହିତ ଆମେ ସ୍ୱଚ୍ଛତା କୁ ପ୍ରସଙ୍ଗ ବନେଇବା ଦରକାର, ସେଥିପାଇଁ ଯୁବକ ମାନଙ୍କୁ ନେଇ ସ୍ଵେଚ୍ଛାସେବୀ ସଂଗଠନ କରିବା ପାଇଁ ସେ କହିଥିଲେ।ଆଗାମୀ ଶୀତଳ ଷଷ୍ଠୀ କୁ ସାମ୍ନା ରେ ରଖି ସମ୍ବଲପୁର ସହର କୁ ସ୍ବଚ୍ଛ କରିବା ପାଇଁ ଗୋଟେ ୧୦୦ ଦିନ ର ସ୍ୱଚ୍ଛତା ଅଭିଯାନ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ। କଠିନ ବର୍ଜ୍ୟବସ୍ତୁ ପରିଚାଳନା ସହିତ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଉପରେ କାମ କରିବା ର ଆବଶ୍ୟକତା ରହିଛି। ସେଥିପାଇଁ କେନ୍ଦ୍ର ସରକାର ଦେଶ ର ବଡ ବଡ ପିଏସଇଉ କମ୍ପାନୀ ଙ୍କୁ ବାୟୋମାସ ପ୍ଳାଣ୍ଟ ସ୍ଥାପନ କରିବା ପାଇଁ ଅନୁମୋଦନ ଦେଇଛନ୍ତି ଯାହାଦ୍ୱାରା ଆଗାମୀ ଦିନରେ ସହର ର ଜୈବିକ ବର୍ଜ୍ୟବସ୍ତୁ ର ଉଚିତ ଉପଚାର କରି ଜୈବିକଗ୍ଯାସ ଉତ୍ପନ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।