Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାଘର ବେଳେ ବରଙ୍କୁ ହତ୍ୟା ଉଦ୍ୟମ: ସଂପର୍କୀୟ ଭିଣୋଇ ଦେଇଥିଲେ ସୁପାରି, ୭ ଗିରଫ, ୩ ଫେରାର୍‌

ରବିବାର ରାତିରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବାବିଜୋର ଗାଁରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବରଙ୍କୁ କନ୍ୟାପକ୍ଷ ବରଣିି କରୁଥିବା ସମୟରେ ହତ୍ୟା ଉଦ୍ୟମ କରାଯାଇଥିଲା। ସୌଭାଗ୍ୟବଶତଃ ବର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିବା ସହ ଜଣେ ନାବାଳକକୁ ଧରିଛି। ସେମାନଙ୍କ ନିକଟରୁ ଦେଶୀବନ୍ଧୁକ ସହ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରିଛି। ଜମିବାଡ଼ି ବିବାଦକୁ ନେଇ ବରଙ୍କ ସଂପର୍କୀୟ ଭିଣୋଇ ତାଙ୍କୁ ହତ୍ୟା କରିବା ପାଇଁ ଏମାନଙ୍କୁ ସୁପାରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ବରପିତା ଓ କନ୍ୟାଙ୍କ ଭିଣୋଇଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ