Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ସାଂଘାତିକ ପଥର ମାଡ଼: ଆହତଙ୍କ ମୁଣ୍ଡ ଫାଟି ଥିବା ନେଇ ଥାନାରେ ଅଭିଯୋଗ । ।

ବଲାଙ୍ଗୀର,୧୮।୧୦: ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁସମେଲ ଗ୍ରାମର କଲୋନୀ ପଡ଼ାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶୌଚ ପାଇଁ ଯାଇଥିବା ଜଣେ ଯୁବକଙ୍କୁ ଅକାରଣରେ ସାଂଘାତିକ ପଥର ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ନ୍ୟାୟ ଦାବିରେ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କୁସମେଲ କଲୋନୀପଡ଼ାର ଯୁବକ ଜଣକ ଗାଁ ନିକଟସ୍ଥ ରାସ୍ତାକଡ଼କୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ହଠାତ୍ ଉତ୍କ୍ଷିପ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ଏକ ବଡ଼ ପଥରରେ ସାଂଘାତିକ ଆକ୍ରମଣ କରିଥିଲେ। ପଥର ମାଡ଼ରେ ଯୁବକଙ୍କ ମୁଣ୍ଡ ଗଭୀର ଭାବେ ଫାଟିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା।
ଘଟଣା ପରେ ସ୍ଥାନୀୟ ଲୋକ ଓ ପରିବାର ବର୍ଗ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୁଣ୍ଡରେ ଏକାଧିକ ସିଲେଇ (ଷ୍ଟିଚ୍) ପଡ଼ିଥିବା ଜଣାପଡ଼ିଛି।
ଚିକିତ୍ସା ପରେ ଆହତ ଯୁବକ ଓ ତାଙ୍କ ପରିବାର ଲୋକେ ବଲାଙ୍ଗୀର ସଦର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଆହତଙ୍କ ମାଉସୀ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, “ନିରୀହ ପିଲାଟି ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଅକାରଣରେ ପଥରରେ ଛେଚି ମାରିଦେବାକୁ ଉଦ୍ୟମ କରାଯାଇଛି। ଆମକୁ ସୂଚନା ନଦେଇ କି କୌଣସି ଆଲୋଚନା ନକରି ସେ ସିଧାସଳଖ ଆକ୍ରମଣ କଲା। ଆମେ ଏହାର ଉଚିତ ତଦନ୍ତ ସହ ଆକ୍ରମଣକାରୀ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଚାହୁଁଛୁ।”
ଅନ୍ୟପଟେ ଅଭିଯୋଗକୁ ଆଧାର କରି ସଦର ଥାନା ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories