Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲୁ ଆକ୍ରମଣରେ ଅଜଣା ଯୁବକଙ୍କ ମୃତ ସନ୍ଦେହ, ପରିଚୟ ଖୋଜୁଛି ପୋଲିସ୍ ।

ବଲାଙ୍ଗୀର,୧୮।୧୦: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି- ବିର୍ଣା ରାସ୍ତାର ବାସନ ଫ୍ୟାକ୍ଟ୍ରି ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ହିଂସ୍ର ଭାଲୁର ଆକ୍ରମଣରେ ପ୍ରାୟ ୪୦ ବର୍ଷୀୟ ଜଣେ ଅଜଣା ଯୁବକଙ୍କର ପ୍ରାଣହାନି ଘଟିଥିବା ନେଇ ପାରିପାର୍ଶ୍ୱିକ ସ୍ଥିତିରୁ ସନ୍ଦେହ କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ରାତିର ଅନ୍ଧକାରରେ ଯୁବକ ଜଣକ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଓ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଏବଂ ବନ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ମୃତକଙ୍କ ନିକଟରୁ କୌଣସି ପରିଚୟପତ୍ର ନମିଳିବାରୁ ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ସେ କେଉଁଠାରୁ ଆସିଥିଲେ ଏବଂ ତାଙ୍କର ପରିବାର କେଉଁଠି, ସେ ନେଇ ପୋଲିସ ଓ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଏହାସହ ଅଞ୍ଚଳରେ ବୃଦ୍ଧି ପାଉଥିବା ମାନବ-ବନ୍ୟଜନ୍ତୁ ସଂଘର୍ଷକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ବର୍ତ୍ତମାନ ମୃତଦେହଟିକୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ମୃତକଙ୍କ ସମ୍ପର୍କୀୟ କିମ୍ବା ପରିବାର ଲୋକଙ୍କ ସନ୍ଧାନ ମିଳିଲେ ଶବ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories