Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି ମହାକୁମ୍ଭ ସ୍ନାନ ଯାତ୍ରା ଶେଷ

ପ୍ରୟାଗରାଜ: ଆସନ୍ତା କାଲି ଶେଷ ହେବ ମହାକୁମ୍ଭ ସ୍ନାନ ଯାତ୍ରା। ଶିବରାତ୍ରୀରେ ଅମୃତ ସ୍ନାନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଉତ୍ତରପ୍ରଦେଶ ପୋଲିସ। ଏହି ଅବସରରେ ବୁଡ଼ ପକାଇବା ପାଇଁ ଦେଶ ବିଦେଶରୁ ଭକ୍ତ ମାନଙ୍କର ପ୍ରବଳ ସମାଗମ ହେବାର ସମ୍ଭାବନା ରହିଛି। ଏହା ଯୋଗୁଁ ଯାନବାହନ ମଧ୍ୟ ବହୁ ସଂଖ୍ୟାରେ ପ୍ରୟାଗରାଜରେ ପହଞ୍ଚିବ। ତେବେ ସହରରେ ଭିଡ଼ ନିୟନ୍ତ୍ରଣ ପାଇଁ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ଯ ଗ୍ରହଣ କରାଯାଇଛି। ଟ୍ରାଫିକ୍ ଜାମକୁ ଏଡାଇବା ପାଇଁ ପ୍ରାୟ ୩୫ ମୋବାଇଲ୍ ସ୍କ୍ୱାଡ୍ ନିୟୋଜିତ କରାଯାଇଛି। ଅପରପକ୍ଷରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅତିରିକ୍ତ ପୁଲିସ କର୍ମଚାରୀ ନିୟୋଜିତ ହୋଇସାରିଛନ୍ତି। ମହାଶିବରାତ୍ରୀରେ ହେବାକୁ ଥିବା ଅମୃତ ସ୍ନାନରେ ୧ କୋଟି ଶ୍ରଦ୍ଧାଳୁ ତ୍ରିବେଣୀରେ ବୁଡ଼ ପକାଇବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ