ଖଣ୍ଡହତl ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ବ୍ଲକ ଖଣ୍ଡହତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ (ଆମ ସଂକୃତି ଓ ଆମ ଖେଳଣା )କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ର ଶିକ୍ଷକ ରତ୍ନlକର ବିଶ୍ୱାଳ ଯୋଗ ଦେଇ ଛାତ୍ରୀ ଛାତ୍ରମାନଂକୁ କାର୍ଯ୍ୟକ୍ରମ ର ରୂପରେଖ ବିଷୟରେ ବିସଦ ଭାବରେ ବର୍ଣ୍ଣନା କରିଥିଲେ l ସମ୍ମାନୀତ ଅତିଥି ଭାବରେ ଖଣ୍ଡହତା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପୂର୍ତ୍ତି ବୁଡ଼େକ ଯୋଗ ଦେଇଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ଵମିତ୍ର ନାଏକ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ନାରାୟଣ ଜଗଦଳା ମଞ୍ଚ ପରିଚାଳନା କରିଥିଲେ l ବରିଷ୍ଠ ଶିକ୍ଷକ ବଳରାମ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ଶିକ୍ଷକ ସୁରେଶ କୁମାର ସାହୁ, ଧିରେନ କୁମାର ମିଶ୍ର ବିଦ୍ୟାଳୟ ର ଖେଳ ଶିକ୍ଷକ ଶେଷଦେବ ପଧାନ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ l ଶେଷରେ ବିଦ୍ୟାଳୟ ର ଶିକ୍ଷକ ସୁରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ ଦେଇଥିଲେ l