Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୭ରେ ଅମୀର୍ ଖୁସ୍ରୋ ଫାଉଣ୍ଡେସନ ପକ୍ଷରୁ କବି ବହୁଭାଷୀ ସମ୍ମିଳନୀ

ସମ୍ୱଲପୁର: ଭାଷା ଓ ସାହିତ୍ୟର ପ୍ରଚାର,ପ୍ରସାର ଓ ଉନ୍ନତି ଲାଗି ଅମୀର୍ ଖୁସ୍ରୋ ଫାଉଣ୍ଡେସନ ପକ୍ଷରୁ ଉଦ୍ୟମ କରାଯାଉଛି। ଚଳିତ ମାସ ୨୭ତାରିଖରେ ତପସ୍ୱିନୀ ହଲ ଠାରେ ବହୁଭାଷୀ କବି ସମ୍ମିଳନୀ ଆୟୋଜିତ ହେବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେବ । ମଙ୍ଗଳବାର ସମ୍ୱଲପୁର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅମୀର୍ ଖୁସ୍ରୋ ଫାଉଣ୍ଡେସନ ସମ୍ପାଦକ ପରଭେଜ ଅଲ୍ଲୀ ଖାଁ ଏହା କହିଥିଲେ । ସେ ଆହୁରି କହିଥିଲେ ଯେ,ଏଥିରେ ୧୬ଜଣ କବି ଯୋଗ ଦେଇ ସମ୍ବଲପୁରୀ, ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ ନିଜର କବିତା ପାଠ କରିବେ । ଏଥିରେ ବାହାର ରାଜ୍ୟର ୧୪ଜଣ କବି ଯୋଗ ଦେବେ। ହୁକୁମ ଚାନ୍ଦ କୋଠାରୀ କବି ସମ୍ମିଳନୀକୁ ଅଧ୍ୟକ୍ଷତା କରିବେ।
ଗ୍ୟେବି ଯୌନପୁରୀ ଉଦଘୋଷକ ଦାଇତ୍ଵ ତୁଲାଇବେ। ଏଥିରେ ମହାରାଷ୍ଟ୍ରର ହେମନ୍ତ ଇମାନ୍ଦାର, ବନାରସର୍ ବିଭା ଶୁକ୍ଳା, ରାଉଲକେଲାର ଡ. କୁମାର ପ୍ରଜାପତି, ଓଡ଼ିଶାର ଅବଜଲ ବେଦାର ଗଙ୍ଗପୁରି, ଉତ୍ତରପ୍ରଦେଶର ଫାରୁକ୍ ବିଜନୋରି, ୱାସିମ୍ ଝିମ୍ ଜାମ ୱି ଓ ନିଶା ଆର୍ଜୁ, ନାଗପୁରର ସାନିଆ ସରଗମ୍, ଉଜ୍ଜୈନର ନେଇମ୍ ଅକ୍ତାର, ଆଗ୍ରାର ଡ. ଆରିଫା ସବାନମ, ଝାରସୁଗୁଡ଼ା ର ଅଜୟ ଆଲମ୍ ପଣ୍ଡା , ସମ୍ୱଲପୁରର ପୁତୁଲ ସୁପ୍ରିୟା ଦାସ ଓ ତଫିଜୁଲ ହୁସେନ ପ୍ରମୁଖ କବିତା ଏବଂ ସାୟରା ପାଠ କରିବେ । ଏଥିଲାଗି ୩ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ଅବସରରେ ୩ଜଣଙ୍କୁ ସମ୍ମାନିତ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ନାସିର ଫରାଜ୍, କୋଷାଧ୍ୟକ୍ଷ ସେକ ଆରିଫ ଅଲ୍ଲୀ,ସଭ୍ୟ ଭଗତ ସିଂ, ତ୍ରିଲୋଚନ ତ୍ରିପାଠୀ, ଆନନ୍ଦ ମିଶ୍ର ଓ ଗଣମାଧ୍ୟମ ସଂଯୋଜକ ସତ୍ୟଜିତ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ