Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରୀ ବ୍ରାଣ୍ଡର ବଜାର ଚାହିଦା ବଢାଇବା ଲକ୍ଷ୍ୟ ନେଇ ବଡ଼ତୁରାଙ୍ଗ ଗ୍ରାମରେ ଜନ ସଚେତନତା ଓ ସହାୟତାର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ(ଏନଏଚଡିପି) ଅଧୀନରେ ହସ୍ତତନ୍ତ ବିକାଶ ସହାୟତା, ଲୁମ୍, ଲାଇଟିଂ ୟୁନିଟ୍ ଓ ସମର୍ଥ ବୁଣା ପ୍ରଶିକ୍ଷଣ ସାର୍ଟିଫିକେଟ୍ ବୁଣାକାରଙ୍କୁ ପ୍ରଦାନ
• ସମ୍ବଲପୁର ଜିଲ୍ଲାରେ ଥିବା ବୁଣାକାର ଗାଁର ତାଲିକା କରି ପ୍ରଶିକ୍ଷଣ ଦେବାର ଯୋଜନା ହେବ
• ବୁଣାକାରଙ୍କୁ ପ୍ରଶିକ୍ଷଣ, ଆନୁଷଙ୍ଗିକ ଭିତ୍ତିଭୂମି ଏବଂ ଉପଯୁକ୍ତ ବଜାର ଯୋଗାଯିବ
• ଡବଲ ଇଞ୍ଜିନ ସରକାର ବୁଣାକାରମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ବଦ୍ଧ ପରିକର
ସମ୍ବଲପୁର,୨୫। ୦୨(ଆନିସ)କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନର ସରକାରରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ (ଏନଏଚଡିପି) ସମେତ ବିଭିନ୍ନ ଯୋଜନାରେ ସମ୍ବଲପୁର ଜିଲ୍ଲାର ବୁଣାକାରଙ୍କୁ ପ୍ରଶିକ୍ଷଣ, ଆନୁଷଙ୍ଗିକ ଭିତ୍ତିଭୂମି ଏବଂ ଉପଯୁକ୍ତ ବଜାର ଯୋଗାଇ ସେମାନଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବାର ଲକ୍ଷ୍ୟ ରଖାଯାଇଛି । ମୂଳତଃ ସମ୍ବଲପୁରୀ ବ୍ରାଣ୍ଡର ବଜାର ଚାହିଦା ବଢାଇବା ଆମର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲାର ପଡ଼ିଆବାହାଲ ବୁଣାକାର ଗ୍ରାମ ବଡତୁରଙ୍ଗ ଠାରେ ଭାରତ ସରକାରଙ୍କ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ବୁଣାକାର ଓ ହସ୍ତତନ୍ତ କାରିଗରମାନଙ୍କୁ ସହାୟକ ହେବା ଭଳି ଉପକରଣ ବିତରଣ କରିଛନ୍ତି। ସମର୍ଥ ବୁଣା ପ୍ରଶିକ୍ଷଣ ସାର୍ଟିଫିକେଟ, ହସ୍ତତନ୍ତ ବିକାଶ ସହାୟତା, ଲୁମ୍, ଲାଇଟିଂ ୟୁନିଟ୍ ଆଦି ସହାୟତା ସେମାନଙ୍କୁ ପ୍ରଦାନ କରିଛନ୍ତି ଶ୍ରୀ ପ୍ରଧାନ । ଏହି ଆବାସରରେ ଆୟୋଜିତ ଏକ ସଭାରେ ସେ କହିଛନ୍ତି ଯେ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମ ବୁଣାକାର ଭାଇ ଭଉଣୀମାନଙ୍କ ପରିଶ୍ରମକୁ ସ୍ୱୀକୃତି ଦେବାର ଏକ ନିଆରା ପଦକ୍ଷେପ । ଏହି ପଦକ୍ଷେପ ଦ୍ୱାରା ହସ୍ତତନ୍ତ ଓ ବୟନଶିଳ୍ପର ଉଭୟ ଉତ୍ପାଦନ ଓ ଚାହିଦା ବଢିବ । ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ମାନଙ୍କର ରୋଜଗାର ବଢିବ।ସେମାନଙ୍କ ପ୍ରତିଭା ଲୋକାଦୃତ ହେବା ସହ ଆର୍ଥିକ ଦୃଷ୍ଟିରୁ ସେମାନେ ସମ୍ପନ୍ନ ହେବେ । ଆୟୋଜିତ ଉତ୍ସବରେ କେନ୍ଦ୍ରସରକାରଙ୍କ ଟେକ୍ସଟାଇଲ ଉପ ନିର୍ଦେଶକ ବିକାଶ ପ୍ରାରମ୍ଭିକ ଅବିଭାଷଣ ରଖି ବୟନ ଶିଳ୍ପ ଓ କାରିଗର ଙ୍କ ଉନ୍ନତି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଉପରେ ଜନ ସଚେତନତା ସୃଷ୍ଟି କରିଥିଲେ। ସମ୍ମାନିତ ଅତିଥି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଜିଲ୍ଲାର ସାମାଜିକ ପ୍ରଗତି ଓ ବୁଣାକାର ମାନଙ୍କ ସ୍ୱାବଲମ୍ବୀ ଉପରେ ସୂଚନା ଦେଇଥିଲେ।ସଭାରେ ଅନ୍ୟତମ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ତଥା ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଗ୍ରାମ୍ୟ ବିକାଶ ଓ ଘରକୁ ଘର ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଏପ୍ରିଲ ସୁଦ୍ଧା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଡବଲ ଇଞ୍ଜିନ ସରକାର ନିଜର କାର୍ଯ୍ୟ କରି ଜଳ ସମସ୍ୟାର ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ଆୟୋଜିତ ସଭାରେ ଉତ୍ତରାଞ୍ଚଳ ଆରଡିସି ସଚିନ ଯାଦବ, ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ କୁମାର ଲାଲ, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ମଞ୍ଚାସିନ ଥିଲେ।
ସମ୍ବଲପୁର ସମେତ ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ବଲାଙ୍ଗୀର ଆଦି ଜିଲ୍ଲାରେ ବୁଣାକାରମାନଙ୍କ ସଂଖ୍ୟା ଅଧିକ ରହିଥିବାରୁ ଓଡ଼ିଶାର ବୁଣାକାରମାନଙ୍କୁ ପ୍ରଶିକ୍ଷଣ ଦେବାର ଯୋଜନା ହେବ ଓ ସେମାନଙ୍କୁ ବ୍ୟବସାୟ ସହ ଯୋଡାଯିବା ପାଇଁ ଏହି ସଚେତନତା ସଭାରେ ଗୁରୁତ୍ୱ ଦିଆଯାଇଥିଲା।ଭାରତ ସରକାର ଓ ରାଜ୍ୟ ସରକାର ଏଥିରେ ସହଯୋଗୀ ହେବେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାର ଆମର ବୁଣାକାର ଭାଇ ଭଉଣୀମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ବଦ୍ଧ ପରିକର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହି କେନ୍ଦ୍ର ସରକାରଙ୍କ ପିଏମ ସୂର୍ଯ୍ୟଘର ଯୋଜନା ସମେତ ରାଜ୍ୟ ସରକାରଙ୍କ ସୁଭଦ୍ରା ଓ ଅନ୍ୟାନ୍ୟ କୃଷି ଭିତ୍ତିକ ଯୋଜନା ଉପରେ ଆଲୋକପାତ କରିବା ସହ ବଡତୁରାଙ୍ଗ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ସେ ଆହ୍ୱାନ କରିଥିଲେ । ଶେଷରେ ସମ୍ବଲପୁର ମହାନଗର ଆଯୁକ୍ତ ବେଦଭୂଷଣ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଗସ୍ତ କାଳର ପ୍ରାରମ୍ଭରେ ଶ୍ରୀ ପ୍ରଧାନଙ୍କ ସହିତ ଅତିଥିମାନେ ଗାଁ ମୁଣ୍ଡରେ ଥିବା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ କରିଥିଲେ।