Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକଙ୍କୁ ହତ୍ୟା : ୨ ଗିରଫ

ସମ୍ବଲପୁର: ଜଣେ ଯୁବକଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା କରିଥିବା ଅଭିଯୋଗରେ ବୁର୍ଲା ପୁଲିସ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଜେଲ ହଜତକୁ ପଠାଇଛି।

ମିଳିଥିବା ସୂଚନା ମତେ,କଟାପାଲି ଧୂଡ଼ିଆପଡା ଜଙ୍ଗଲରେ ବରୁଣ ସାହୁ ନାମକ ଜଣେ ଯୁବକଙ୍କୁ ବୁର୍ଲା ବିଜୁଳିନଗର ରେ ବର୍ତ୍ତମାନ ରହୁଥିବା ଅଶ୍ୱିନୀ ଭୁଏ (୪୭)ଓ ରୁନୁ ସାହୁ (୨୭) ଏକ ଟାଙ୍ଗିଆ ରେ ହତ୍ୟା କରିଥିବା ବରୁଣଙ୍କ ସ୍ତ୍ରୀ ବୃନ୍ଦାବତୀ ସାହୁ (୩୫) ବୁର୍ଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଜୁଳିନଗରରେ ପହଞ୍ଚି ଅଭିଯୁକ୍ତ ଙ୍କୁ ଧରିବା ସହ ଦୋଷ ସ୍ୱୀକାର କରି ହତ୍ୟା ସ୍ଥଳ ଦେଖାଇବା ପରେ ପୋଲିସ ଶବକୁ ଉଦ୍ଧାର କରିବା ସହିତ ଅପରାଧରେ ବ୍ୟବହୃତ ରକ୍ତ ଲଗା କୁରାଢ଼ୀ କୁ ଜବତ କରିଥିଲେ। ଏସଂକ୍ରାନ୍ତରେ ବୁର୍ଲା ଥାନାରେ ୩୯୧/୯. ୯. ୨୫ ରେ ଏକ ମକଦ୍ଦମା ରୁଜୁ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ