ବିପୁଳ ପରିମାଣର ଅବୈଧ ମଦ ଜବତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପୁଲିସ୍ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ୦୯ ତାରିଖ ସନ୍ଧ୍ୟାରେ ଅଇଁଠାପାଲି ଥାନା ଅଞ୍ଚଳରେ ଅବୈଧ ମଦ ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ବିରୋଧରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଛି।
ମିଳିଥିବା ସୂଚନାରୁ, ପୁଲିସ୍ ୩୬୧ ବୋତଲ ବିୟର (ମୋଟ ୨୨୦ ଲିଟର), ୧୫୭ ବୋତଲ ବିଦେଶୀ ମଦ (ମୋଟ ୩୧ ଲିଟର) ଓ ଅନ୍ୟାନ୍ୟ ୨୫୧ ଲିଟର ଅବୈଧ ମଦ ଜବତ କରିଛନ୍ତି। ଏହି ସମସ୍ତ ମଦକୁ ଓ଼ଆର-୦୫ଏଭି-୧୬୦୬ ନମ୍ବରର ବୋଲେରୋ ଗାଡ଼ିରେ ପରିବହନ କରାଯାଉଥିଲା।ଯାହାକୁ ଅଇଁଠାପାଲି ପୋଲିସ ମାଡ଼ିବସିଥିଲା।
ଏହି ଘଟଣାରେ ଗୁଆଲାପଡା, କଣ୍ଟ୍ରାକ୍ଟର କଲୋନୀ, ବୁର୍ଲାର ବାସିନ୍ଦା ଅରବିନ୍ଦ ରାୟ (ବୟସ ୨୫), ପିତା- ବାବୁ ସାହେବ ରାୟଙ୍କୁ ପୁଲିସ୍ ଗିରଫ କରିଛନ୍ତି।
ଏହା ସମ୍ବନ୍ଧରେ ସମ୍ପୃକ୍ତ ଥାନାରେ ପୋଲିସ୍ ଥାନା କେସ୍ ନମ୍ବର-୨୯୭,ଧାରା-୫୨(କ) ଓଡ଼ିଶା ଏକ୍ସାଇଜ୍ ଆଇନ ଅନ୍ତର୍ଗତ ରୁଜୁ କରାଯାଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଅବ୍ୟାହତ ରହିଛି।