Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଫାର୍ମରେ ପଶି ଶତାଧିକ କୁକୁଡ଼ା ମାରିଲେ ବନ୍ୟଜନ୍ତୁ

ସମ୍ବଲପୁର:ବନ୍ୟ ଜନ୍ତୁ ଶେଷରେ ଗୃହ ପାଳିତ ପକ୍ଷୀକୁ ମଧ୍ୟ୍ୟ ଛାଡିଲେ ନାହିଁ। ଫାର୍ମ ଭିତରକୁ ପଶି କୁକୁଡ଼ା ଫାର୍ମର ତାର ଜାଲି ତାଡି ଗୋଟିଏ ରାତିରେ ପ୍ରାୟ ୪ ଶହରୁ ଅଧିକ କୁକୁଡ଼ାଙ୍କ ଜୀବନ ନେଇ ମ ଏଣେ ତେଣେ ଫୋଫାଡ଼ି ଦେଇଛନ୍ତି। ଏପରି ପରିସ୍ଥିତି ଦେଖିବାକୁ ମିଳିଛି ଜମନକିରା ବ୍ଲକ ମୁଣ୍ଢେନପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଣ୍ଢେନପାଲି ଗ୍ରାମରେ। ମୁଣ୍ଢେନପାଲି ଗ୍ରାମର ପୂର୍ବତନ ସମିତି ସଭ୍ୟ ମନୋଜ ନାଏକ ମୁଣ୍ଢେନପାଲି ରୁ ସାପଲତ ଯିବା ରାସ୍ତାରେ ମନୋଜ ଇଣ୍ଟିଗ୍ରେଟେଡ ଫାର୍ମ ନାମରେ ଏକ ଫାର୍ମ କରିଛନ୍ତି। ତହିଁରେ ସେ ବିଭିନ୍ନ ଫଳ,ଫୁଲ, ପନିପରିବା ଚାଷ ସହିତ କୁକୁଡ଼ା ଚାଷ ମଧ୍ୟ କରନ୍ତି। କୁକୁଡ଼ା ଚାଷରେ ଅଣ୍ଡା ଦିଆ କୁକୁଡ଼ା, ବ୍ରୟେଲର କୁକୁଡ଼ା ଓ ଦେଶୀ କୁକୁଡ଼ା ଚାଷ କରନ୍ତି। ତେବେ ଗତ ରବିବାର ରାତିରେ ମନୋଜଙ୍କ କୁକୁଡ଼ା ଫାର୍ମ ବନ୍ୟଜନ୍ତୁ ପଶି କୁକୁଡ଼ା ଫାର୍ମ ର ତାର ଜାଲି ତାଡି ଭିତରେ ପଶି ପ୍ରାୟ ୪୫୦ କୁକୁଡ଼ା ମାରି ଏଣେତେଣେ ପକାଇ ଦେଇଛନ୍ତି। ପ୍ରାୟ କୁକୁଡ଼ା ମାନଙ୍କର ବେକ କାମୁଡି ଥିବାବେଳେ କିଛି କୁକୁଡ଼ା ମାନଙ୍କୁ ମାରି ଅନ୍ତବୁଜୁଲା ବାହାର କରି ଦେଇଛନ୍ତି ଏହି ବନ୍ୟଜନ୍ତୁ ମାନେ। ଯେହେତୁ ବହୁ ସଂଖ୍ୟାରେ କୁକୁଡ଼ା ମରା ହୋଇଛି, ଦଳଗତ ଭାବେ ବନ୍ୟଜନ୍ତୁ ପଶିଥିବାର ଆଶଙ୍କା ହେଉଛି। ଏନେଇ ମନୋଜ ଜଙ୍ଗଲ ବିଭାଗ ଓ ଭେଟିନାରି ବିଭାଗକୁ ସମ୍ପର୍କ କରିଥିଲେ। ତେବେ ଜଙ୍ଗଲ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରିଥିବା ବେଳେ ଭେଟିନାରୀ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ନ ଥିବା ମନୋଜ କହିଛନ୍ତି। ତେବେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି।