Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୌଡ଼ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସମ୍ବଲପୁର : ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୌଡ଼ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଗୌଡପାଲି ସହକାରୀ ରାଜସ୍ବ ନିରୀକ୍ଷକ ଭବାନୀ ଶଙ୍କର ଦଳେଇ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖର୍ସନମାଲ ସିଆରସିସି ପ୍ରଶାନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଖର୍ସନମାଲ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ନାଥ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅମ୍ବିକା ବେହେରା ମଞ୍ଚାସିନ ଥିଲେ। ଅତିଥି ପରିଚୟ ଓ ସ୍ଵାଗତ ସଙ୍ଗୀତ ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମମତାଞ୍ଜଳି ସୁହୁଲାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଉପସ୍ଥିତ ଅତିଥି ମାନେ ତାଙ୍କ ସମ୍ଭାଷଣ ପ୍ରଦାନ କରିଥିଲେ। ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଦ୍ୟାଳୟ ଶିକ୍ଷୟତ୍ରୀ ଶାନ୍ତିଲତା ଜୟପୁରିଆ, ଗୀତାଞ୍ଜଳି ସାହୁ, ମୀରାବତି ବେହେରା ଓ ବିଦ୍ୟାଳୟ କର୍ମଚାରୀମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।