Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାଶିବରାତ୍ରି ପାଇଁ ସମସ୍ତ ଶିବାଳୟରେ ଭିଡ଼, ଜାଗର ଜାଳି ଉଜାଗର ରହିଲେ ଭକ୍ତ

ସମ୍ବଲପୁର: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଜିଲ୍ଲାର ସମସ୍ତ ଶିବାଳୟରେ ପ୍ରବଳ ଭିଡ଼ ଲାଗିରହିଛି । ଜାଗର ଜାଳି ଭକ୍ତ ଉଜାଗର ରହିଥିବା ବେଳେ ସମସ୍ତ ଶିବାଳାୟରେ ଶିଵ ମନ୍ତ୍ରରେ ଶିବମୟ ହୋଇଛି । ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧମାର ବିମଲେଶ୍ୱର, ମାନେଶ୍ଵରର ମାନଧାତା ବାବା, ସମ୍ବଲପୁରୀର ସୋମନାଥ ବାବା, ଜମନକିରାର ମୁକ୍ତେଶ୍ଵର ବାବା,କଳ୍ପେଶ୍ୱର ବାବା ବୁଢାରଜା ଶିଵ ମନ୍ଦିର ପରି ପ୍ରମୁଖ ଶିବାଳୟ ଠାରେ ମେଳାର ଆରମ୍ଭ ହୋଇଛି।ମହାଶିବରାତ୍ରି ଅବସରରେ ସାରା ଜିଲ୍ଲାର ଶିବାଳୟରେ ପୂଜା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଅନ୍ଯପକ୍ଷରେ ଶିବ ଭକ୍ତମାନଙ୍କ ମଧ୍ୟରେ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଉତ୍ସାହ ଦେଖାଦେଇଛି। ସେହିପରି ନୀଳଡୁଙ୍ଗରିର ନୀଳ କଣ୍ଠେଶ୍ଵର,କୁମୁକାପାଲି ନିକଟସ୍ଥ ମଠେଶ୍ୱର ବାବା,ଖଲିଆପାଲି ଜଳେଶ୍ୱର ବାବା,ପଧାନପାଲିର ବିପ୍ରେଶ୍ୱର ବାବା, ଭଳି ବଡ଼ ତୁରାଙ୍ଗ,ଜୁଯୋମୁରା, ରେଙ୍ଗାଲି, ବାମରା, କୁଚିଣ୍ଡା, ନାକଟିଦେଉଳ ପ୍ରଭୃତି ସ୍ଥାନରେ ଥିବା ଶିଵ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।ବିଭିନ୍ନ ସ୍ଥାନରେ ମେଳା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ମନ୍ଦିର ଗୁଡିକ ନିକଟରେ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବ୍ଯାରିକେଟ୍ ତିଆରି କରାଯାଇଛି। ଶିବ ଭକ୍ତମାନେ ଏହି ବ୍ଯାରିକେଟ୍ ମଧ୍ଯରେ ଯାଇ ସୁରୁଖୁରୁରେ ପୂଜାର୍ଚ୍ଚନା କରିବା ପାଇଁ ଏହି ସମସ୍ତ ବ୍ଯବସ୍ଥା ହୋଇଛି । ଅନ୍ଯପକ୍ଷରେ ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଛି। ଭକ୍ତମାନଙ୍କର କୌଣସି ଅସୁବିଧା ଯେଭଳି ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ମହା ଶିବରାତ୍ରି ପାଇଁ ଭକ୍ତ ମାନେ ଉଜାଗର ରହି ଶିଵ ମନ୍ଦିର ମାନଙ୍କରେ ଜାଗର ଜାଳିବା ସହିତ ହୋମ ଯଜ୍ଞ କରିଛନ୍ତି। ବିଭିନ୍ନ ସ୍ଥାନରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଅନେକ ସ୍ଥାନରେ ଅନ୍ନଭୋଗ ପ୍ରସାଦ ଆଜି ହେଉଥିବା ବେଳେ ଆସନ୍ତା କାଲି ମଧ୍ୟ୍ୟ କେତେକ ଶୈବପୀଠରେ ଏହି ଭୋଗ ପ୍ରଦାନ କରାଯିବାକୁ ମନ୍ଦିର ଟ୍ରଷ୍ଟ ଓ କମିଟି ସବୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ମୋଟାମୋଟି ଭାବରେ ଆଜି ସମ୍ବଲପୁର ଜିଲ୍ଲାର ସହର ଠାରୁ ପୁର ପଲ୍ଲୀ ଶିବମୟ ଓ ଓଁମ ନମଃ ଶିବାୟ ଧ୍ୱନୀରେ ଆଧ୍ୟାତ୍ମିକ ପରିବେଶରେ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ