Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାଶିବରାତ୍ରି ଅବସରରେ ହୁମାଠାରେ ଜାତୀୟ ସେବା ଯୋଜନା ଶିବିର ଉଦଘାଟିତ

ସମ୍ବଲପୁର:ଆଜି ମହା ମହାଶିବରାତ୍ରି ଅବସରରେ ଆରମ୍ଭ ହୋଇଥିବା ଐତିହାସିକ ହୁମାମେଳା ଅବସରରେ ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ ପକ୍ଷରୁ ଦୁଇ ଦିନିଆ ଶିବିର ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଭାବରେ ମାନେଶ୍ୱର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଚିର ରଞ୍ଜନ ମଲ୍ଲିକ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଠେମରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ପ୍ରତାପ ନାଏକ, ଧମା ଥାନା ଅଧିକାରୀ ଶ୍ୱେତପଦ୍ମା ବିଶ୍ୱାଳ, ମନ୍ଦିର ସମିତିର ସଭାପତି ଦିଲୀପ କୁମାର ମହାପାତ୍ର ଏବଂ ସମ୍ବଲପୁର ଜିଲ୍ଲା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ ଯୋଗଦେଇ ଥିଲେ। ସମାଜସେବା ସକାଶେ ଜାତୀୟ ସେବା ଯୋଜନାର ଗୁରୁତ୍ୱ ଓ ଏତାଦୃଶ ସେବାକାର୍ଯ୍ୟ ମହତ୍ତ୍ୱ ଉପରେ ସଭାରେ ଅତିଥିମାନେ ବକ୍ତବ୍ୟ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରକାଶ ଥାଉକି ପଚାଶ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଆୟୋଜିତ ହୋଇଥିବା ଏହି ଶିବିରରେ ସ୍ୱେଚ୍ଛାସେବୀମାନେ ମେଳା ତଥା ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ,ପ୍ରାଥମିକ ଉପଚାର,ଭୀଡ ନିୟନ୍ତ୍ରଣ ତଥା ଆବଶ୍ୟକ କ୍ରମେ ମନ୍ଦିର ସମିତିକୁ ସହଯୋଗ ଆଦି କାର୍ଯ୍ୟରେ ନିୟୋଜିତ ରହିବେ। ସଭାରେ ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉଦଘାଟନୀ ସଭାରେ ପରମାନନ୍ଦ ସିଟ,ମେଳା କମିଟି ସମ୍ପାଦକ ଅନିଲ କୁମାର ଦାଶ, .ପ୍ରଦୀପ୍ତ କିଶୋର ବାବୁ, ହୁମା ସରପଞ୍ଚ ଇଲବତୀ ପୂଜାରୀ, ରମେଶ ପ୍ରଧାନ, ଉଦ୍ଧବ ଚରଣ ମହାପାତ୍ର, ସୁରେଶ ଷଡ଼ଙ୍ଗୀ ପ୍ରମୁଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ