Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡେଙ୍ଗିମଚl କ୍ରୀଡ଼ା ସଂସଦ ତରଫରୁ ଡିଏମସିସି ପଞ୍ଚ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ସମ୍ବଲପୁର:ଡେଙ୍ଗିମଚl କ୍ରୀଡ଼ା ସଂସଦ ତରଫରୁ ଡିଏମସିସି ପଞ୍ଚ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟକୁ ମୂଖ୍ୟଅତିଥି ଭାବେ ହୀରାକୁଦର ବିଶିଷ୍ଟ ସମାଜସେଵୀ କାର୍ତ୍ତିକ କଲେତ ଯୋଗ ଦେଇ ଫିତା କାଟି ଶୁଭ ଉଦଘାଟନ କରି ଖେଳାଲୀ ମାନଙ୍କୁ ଉତ୍ସାହିତ କରିଥଲେ।ଅନ୍ୟତମ ଅତିଥି ଭାବେ ଉତ୍ତମ ବାଗ, ମହେଶ ଗର୍ତିୟା, ସୁନିଲ ସେଟ୍, ଥିବା ବେଳେ ଡେଙ୍ଗିମଚl କ୍ରୀଡା ସଙ୍ଗର ରିକୁନ, ଲୋକେଶ,ରୋହିତ, ମୁନା,ଏଚ ଭିମା ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଏହାକୁ ପରିଚଳନା କରିଥିଲେ l ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଏପି ହଣ୍ଟର୍ ଭରସେସ ଡେଙ୍ଗିମଚା ମଧ୍ୟରେ ହୋଇ ଏପି ହଣ୍ଟର ବିଜୟୀ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ