Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିବରାତ୍ରି ପାଇଁ ବିଭିନ୍ନ ଶୈବପୀଠରେ ବହୁ ଭକ୍ତ ଙ୍କ ଭିଡ ଏବଂ ଗହଳି ଲାଗି ରହିଛି

ବୀରମହାରାଜପୁର : (ସୌମିତ୍ରି ମେହେର) ଶିବ ରାତ୍ରି ଅବସରରେ ଉପଖଣ୍ଡ ର ସମସ୍ତ ଶିବ ମନ୍ଦିର ରେ ଭକ୍ତ ତଥା ଶ୍ରଦ୍ଧାଳୁ ଙ୍କ ଗହଳି ଆଜି ପୂର୍ବାହ୍ନ ରୁ ଲାଗି ରହିଛି l ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ତଥା ପ୍ରାଚୀନ ଶୈବପୀଠ ବାବା ଗୋଧନେଶ୍ଵର ମହାଦେବଙ୍କୁ ମହାଶିବରାତ୍ରି ଅବସରେ ଭକ୍ତ ମାନେ ଦର୍ଶନ ପାଇଁ ଭୋର ‌ସକାଳ ଠାରୁ ଭିଡ ଲାଗିରହିଥିବା ଦେଖିବାକୁ ମିଳିଛି। ମନ୍ଦିର ପରିସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ସାଙ୍ଗକୁ ଭୋଜନ ସମାରୋହ ଆୟୋଜନ ହୋଇଥିଲା । ବ୍ରତଧାରି ମାନେ ନିଷ୍ଠାକାଷ୍ଟ ସାଙ୍ଗକୁ ନିର୍ଜଳା ଉପବାସ ସହ ଉଜାଗର ରହି ମହାଦେବଙ୍କୁ ଆରାଧନା କରିଥାନ୍ତି । ମହାଦିପ ଉଠିବା ପରେ ବ୍ରତ ସମାପନ କରିଥାନ୍ତି । ସେହିପରି ଅଞ୍ଚଳର ବିଭିନ୍ନ ଶୈବପୀଠ ତଥା ଚମ୍ପମାଲ ଶୈବପୀଠ ରେ ଆଜି ସକାଳୁ ସକାଳୁ ବାବା ଚମ୍ପେଶ୍ୱର ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଆଜି ପୁଣ୍ୟ ମାସ ଫlଲଗୁଣ ଶିବ ଚତୁର୍ଦଶୀ ଥିବାରୁ ଅଞ୍ଚଳ ର ଆରାଧ୍ୟା ଦେବତାତଥା ପ୍ରସିଦ୍ଧ ଶୈବ ପୀଠ ବାବା ଚମ୍ପେଶ୍ୱର ଙ୍କ ନିକଟରେ ନିଜର ମାନସିକ କରି ନିଜ ନିଜ ପରିବାର ର ମଙ୍ଗଳ କାମନା କରି ଗୁହାରି ଜଣାଇ ଥିଲେ l ସେହିପରି କମଲପୁର ଗ୍ରାମର ବାବା ଗୁପ୍ତେଶ୍ୱର , ଟିଠିପାଲି ସେଦ୍ଧେଶ୍ଵର , ସୁନାରୀବେଣୀ ଗ୍ରାମର ବାବା ସ୍ଵପ୍ନେଶ୍ଵର ମନ୍ଦିରରେ ଭକ୍ତ ମାନଙ୍କ ବାବା ଶିବପାର୍ବତୀ ଙ୍କ ଦର୍ଶନ ଓ କୃପା ଭିକ୍ଷା ପାଇଁ ଭକ୍ତଙ୍କ ସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା l ଭକ୍ତ ମାନଙ୍କ ସମାବେଶ କୁ ଆଖି ଆଗରେ ରଖି ସୁରକ୍ଷା ଦୃଷ୍ଟି ରେ ରଖି ସବୁ ମନ୍ଦିର ମାନଙ୍କ ରେ ପୋଲିସ ସୁରକ୍ଷା ଯୋଗାଇ ଦିଆ ଯାଇ ଥିଲା l ରାତ୍ରି ରେ ସହ ସହ ଭକ୍ତ ଜାଗର ଜାଳି ଉଜାଗର ରହିବା ସହ ରାତ୍ରି ର ଚତୁର୍ଥ ପ୍ରହର ର ମହାଦୀପ ମନ୍ଦିର ଶୀର୍ଷ ରେ ଚଢ଼ାଇବାର ବ୍ୟବସ୍ଥା ହୋଇଛି l ଭକ୍ତ ମାନଙ୍କ ବିଭୁ କୃପା ଲାଭ ପାଇଁ ଗୋଧାନେସ୍ୱର ମନ୍ଦିର ରେ ଆଜି ସୁନ୍ଦରା କାଣ୍ଡ ପରାୟଣ ହେଉଥିବା ବେଳେ ଭକ୍ତ ମାନଙ୍କ ମନୋରଞ୍ଜନ ସକାଶେ ବିଭିନ୍ନ ଶିବାଳୟ ମାନଙ୍କରେ ହୋମ, ଯଜ୍ଞ, ଭଜନ କୀର୍ତ୍ତନ ଆଦିର ଆୟୋଜନ କରାଯାଇଛି l ବିଭିନ୍ନ ଦୋକାନ ବଜ଼ାର ର ପସରା ମେଲାଇ ବ୍ୟବସାୟୀ ମାନେ ବେଶ ଦୁଇପଇସା ରୋଜଗାର କରୁଛନ୍ତି ଦର୍ଶକ ମାନେ ମଧ୍ୟ ବେଶ ଉପଭୋଗ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ