Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଫଗାନିସ୍ତାନଠାରୁ ପରାଜୟ ପରେ ଚାମ୍ପିୟାନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ ବିଦା ଇଂଲଣ୍ଡ

ଲାହୋର: ଚାମ୍ପିୟାନ୍ସ ଟ୍ରଫିରେ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଆଫଗାନିସ୍ତାନ ପରାଜିତ କରିଛି। ବିଜୟ ସହ ସେମିଫାଇନାଲ ଦୌଡରେ ଆଫଗାନିସ୍ତାନ । ଆଫଗାନିସ୍ତାନଠାରୁ ଇଂଲଣ୍ଡ ୮ ରନରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ୩୨୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୩୧୭ ରନ କରିବାକୁ ସକ୍ଷମ ହୋଇଛି। ଆଫଗାନିସ୍ତାନ ପକ୍ଷରୁ ଇବ୍ରାହିନ ଜର୍ଡାନ ଜବରଦସ୍ତ ବ୍ୟାଟିଂ କରିଥିଲେ। ୧୪୬ ବଲରୁ ୧୨ ଚୌକା, ୬ ଛକା ସହ ୧୭୭ ରନ କରିଥିଲେ। ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର ବୋଲି କୁହାଯାଉଛି। ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆଫଗାନିସ୍ତାନ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।