Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସର୍ଵ ଭାରତୀୟ ମୁସାୟରା: ସାୟରୀରେ ମୁଗ୍ଧ ହେଲେ ଶ୍ରୋତା

ସମ୍ୱଲପୁର:ଭାଷା ହିଁ ସର୍ବସ୍ବ। ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଗୋଟିଏ ସମାଜ ଓ ନିଜ ଜାତି ପାଇଁ ଅମୂଲ୍ୟ ସମ୍ପଦ। ଏହି ମର୍ମରେ ଗୁରୁବାର ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ସର୍ବ ଭାରତୀୟ ମୁସାୟରା ରେ ମତ ପ୍ରକାଶ ପାଇଛି।
ଭାଷା ଓ ସାହିତ୍ୟର ପ୍ରଚାର,ପ୍ରସାର ଓ ଉନ୍ନତି ଲାଗି ଅମୀର୍ ଖୁସ୍ରୋ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର, ବିଜେଡି ନେତା ସିଦ୍ଧାର୍ଥ ଦାସ ଓ ସଂଜିତ୍ ମହାନ୍ତି ଯୋଗ ଦେଇ ଉପସ୍ଥିତ କବି ମାନଙ୍କୁ ଉତ୍ସାହିତ କରିଥିଲେ । ଦେଶର ବିଭନ୍ନ ସ୍ଥାନରୁ ଆସିଥିବା ୧୬ଜଣ କବି ଯୋଗ ଦେଇ ସମ୍ବଲପୁରୀ, ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ ନିଜର କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ କବି ହୁକୁମ ଚାନ୍ଦ କୋଠାରୀ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ପରଭେଜ ଅଲ୍ଲୀ ଖାଁ ସମଗ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।ଗ୍ୟେବି ଯୌନପୁରୀ ଉଦଘୋଷକ ଦାୟିତ୍ଵ ତୁଲାଇଥିଲେ।
ଏଥିରେ ମହାରାଷ୍ଟ୍ରର ହେମନ୍ତ ଇମାନ୍ଦାର, ବନାରସର୍ ବିଭା ଶୁକ୍ଳା, ଓଡ଼ିଶାର ଅବଜଲ ବେଦାର ଗଙ୍ଗପୁରି, ଉତ୍ତରପ୍ରଦେଶର ଫାରୁକ୍ ବିଜନୋରି, ୱାସିମ୍ ଝିମଜାମୱି ଓ ନିଶା ଆର୍ଜୁ, ନାଗପୁରର ସାନିଆ ସରଗମ୍, ଉଜ୍ଜୈନର ନେଇମ୍ ଅକ୍ତାର, ଆଗ୍ରାର ଡ. ଆରିଫା ସବାନମ, ଝାରସୁଗୁଡ଼ାର ଅଜୟ ଆଲମ୍ ପଣ୍ଡା , ସମ୍ୱଲପୁରର ପୁତୁଲ ସୁପ୍ରିୟା ଦାସ ,ତଫିଜୁଲ ହୁସେନ ଓ ଲଳିତ ବେର୍ବତ୍ତା ପ୍ରମୁଖ କବିତା ଏବଂ ସାୟରୀ ପାଠ କରିଥିଲେ । ସାୟରୀରେ ଶ୍ରୋତା ମାନେ ମୁଗ୍ଧ ହୋଇଥିଲେ । ଏହି ଅବସରରେ ସମ୍ୱଲପୁରର ସ୍ବର୍ଗତ ନୁର ୟହମତ ଖାନ୍ (ସାବିର), ନୂଆ ମୁମ୍ବାଇର ହୁକୁମ ଚାନ୍ଦ କୋଠରୀ ଓ ଉତ୍ତରପ୍ରଦେଶର ଫାରୁକ୍ ବିଜନୋରିଙ୍କୁ ଅମୀର୍ ଖୁସ୍ରୋ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିରେ ସଭାପତି ନାସିର ଫରାଜ୍, କୋଷାଧ୍ୟକ୍ଷ ସେକ ଆରିଫ ଅଲ୍ଲୀ,ସଭ୍ୟ ଭଗତ ସିଂ, ତ୍ରିଲୋଚନ ତ୍ରିପାଠୀ, ଆନନ୍ଦ ମିଶ୍ର ଓ ଗଣମାଧ୍ୟମ ସଂଯୋଜକ ସାମ୍ବାଦିକ ସତ୍ୟଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।