Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୁମାର ଜାତୀୟ ସେବା ଯୋଜନା ଶିବିର ଉଦଯାପିତ

ସମ୍ବଲପୁର :ଜାଗର ମେଳା ଅବସରରେ ହୁମାଠାରେ ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିବିର ଆଜି ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଏହି ଅବସରରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ମାନେଶ୍ୱର ଜୋନ-୨ ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପାଣ୍ଡେ ଯୋଗଦେଇଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମେଶ ପ୍ରଧାନ, ଶିକ୍ଷାବିତ ସମାଜସେବୀ ସୁରେଶ ଷଢଙ୍ଗୀ, ମା’ ଝାଡେଶ୍ୱରୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିଳ ପ୍ରଧାନ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ତଥା ମେଳା ପରିଚାଳନା ସମିତିର ସଭାପତି ଦିଲୀପ କୁମାର ମହାପାତ୍ର ଜାଗର ମେଳାର ପ୍ରବଳ ଭୀଡ କାଳରେ ସ୍ୱେଚ୍ଛାସେବୀମାନଙ୍କ ସମର୍ପିତ ମନୋବୃତ୍ତି ନେଇ ଅକ୍ଳାନ୍ତ ସେବା କାର୍ଯ୍ୟର ଭୂୟସୀ ପ୍ରଶଂସା କରି କହିଥିଲେ ଯେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ନିୟନ୍ତ୍ରଣ, ଆବଶ୍ୟକୀୟ ସଫେଇ କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାଦି ଯେଉଁ କାର୍ଯ୍ୟରେ ମେଳା ସମିତି ଉକ୍ତ ଶିବିରରେ ନ୍ୟସ୍ତଥିବା ସ୍ୱେଚ୍ଛାସେବୀମାନଙ୍କ ସହଯୋଗ ଲୋଡିଛି ସେମାନେ ଅତି ଉତ୍ସାହ ସହ ସମିତିକୁ ପରିଚାଳନାରେ ସହଯୋଗ କରିଛନ୍ତି। ଆସନ୍ତା ବର୍ଷ ଗୁଡିକରେ ମଧ୍ୟ ଏହି ଐତିହାସିକ ହୁମା ଜାଗର ମେଳାରେ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ସହଯୋଗ ସେ କାମନା କରିଥିଲେ। ଉଦଯାପନୀ ସଭାରେ ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁରଙ୍କ ସଂଯୋଜନାରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଶେଷରେ ବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶୁଶ୍ରୀତ କୁମାର ଷଢଙ୍ଗୀ,ଶିବଦତ୍ତ ମହାପାତ୍ର ରବି ନାରାୟଣ ବେହେରା,ପ୍ରଦୀପ୍ତ କିଶୋର ବାବୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ