Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏକ ଦେଶ ଏକ ନିର୍ବାଚନ ସଂଘୀୟ ବ୍ୟବସ୍ଥା ଓ ନାଗରିକ ଅଧିକାରର ପରିପନ୍ଥୀ- ପ୍ରୋଗ୍ରେସିବ ସମ୍ବଲପୁର

ସମ୍ବଲପୁର:ପ୍ରୋଗ୍ରେସିବ ସମ୍ବଲପୁର ପକ୍ଷରୁ “ ୱାନ ନ୍ୟାସନ – ୱାନ ଇଲେକ୍ସନ ” ଶୀର୍ଷକ ଆଲୋଚନା ଚକ୍ର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି I ଦେଶ ର ସାମ୍ପ୍ରତିକ ଅବସ୍ଥା ରେ “ୱାନ ନ୍ୟାଶନ -ୱାନ ଇଲେକ୍ସନ ର ଆବଶ୍ୟକତା ଏବଂ ରାଜନୈତିକ ବ୍ୟବସ୍ଥା ଓ ରାଜନୈତିକ ଦଳ ର ଉତ୍ତରଦାୟିତ୍ୱ ଉପରେ, ସାମ୍ବିଧାନିକ ବ୍ୟବସ୍ଥା ଉପରେ, ଦେଶର ସଂଘୀୟ ବ୍ୟବସ୍ଥା ଉପରେ ତଥା ଦେଶ ଓ ରାଜ୍ୟ ର ଆଗାମୀ ସାମାଜିକ ଓ ରାଜନୈତିକ ଚିତ୍ର ଉପରେ ଏହି ବିଚାରର ପ୍ରଭାବ ଉପରେ ଏହି ଆଲୋଚନା ଚକ୍ର ରେ ସବିଶେଷ ଆଲୋଚନା ହୋଇଥିଲା I ଚାଷୀ ନେତା ସରୋଜ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ର ରେ ବକ୍ତା ଭାବେ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ର ସହ ଅଧ୍ୟାପକ ଡ଼ ପବିତ୍ର ବାଗ, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ର ପି.ଏଚ.ଡି ଗବେଷକ ଗଣେଶ ଗାଈଗୋରିଆ ଓ ପୁର୍ବତନ ଏସଡିଏ ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି ଯୋଗ ଦେଇଥିଲେ I ବକ୍ତା ମାନଙ୍କ ମତ ରେ ୱାନ ନ୍ୟାସନ ୱାନ ଇଲେକ୍ସନ ର ବ୍ୟବସ୍ଥା ଦେଶ ର ସମ୍ବିଧାନିକ ବ୍ୟବସ୍ଥା ଭିତରେ ରେ କେବେ ବି ଖାପ ଖାଇ ପାରିବ ନାହିଁ I ଏହା ଦେଶ ର ଆଞ୍ଚଳିକ ସ୍ୱର କୁ ଗୌଣ କରିବା ସହ ନିର୍ବାଚିତ ପ୍ରତିନିଧି ମାନଙ୍କ ଉତ୍ତରଦାୟିତ୍ୱ କୁ ହ୍ରାସ କରେଇବ I ଆହୁରି ମଧ୍ୟ ଏହି ବ୍ୟବସ୍ଥା ଦେଶ ର ସଂଘୀୟ ବ୍ୟବସ୍ଥା ଏବଂ ନାଗରିକ ଅଧିକାର ପାଇଁ କୁଠାରଘାତ ସାବ୍ୟସ୍ତ ହେବ I ସଭା ଆରମ୍ଭ ରେ ପ୍ରୋଗ୍ରେସିବ ସମ୍ବଲପୁର ସହ ଆବାହକ ଦେବଜ୍ୟୋତି ପଟ୍ଟନାୟକ ଶୀର୍ଷକ ଉପରେ ସମ୍ୟକ ସୂଚନା ଦେବା ସହ ଅତିଥି ମାନଙ୍କୁ ସ୍ୱାଗତ ଜଣେଇଥିଲେ ଓ ଉପଦେଷ୍ଟା ଶିବ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ I ଏହି ଆଲୋଚନା ରେ ପ୍ରୋଗ୍ରେସିବ ସମ୍ବଲପୁର ଆବାହକ ସଞ୍ଜିତ ମହାନ୍ତି, ଗୋକୁଳ ମେହେର, ଭକ୍ତ ନନ୍ଦ, ଅଭିରାମ ପାଣିଗ୍ରାହୀ, ରାଜାରାମ ପାଢ଼ୀ, ଡ଼ ପ୍ରଦୀପ ପଣ୍ଡା, ମହେଶ ସତ୍ୟ, ମିଳନ ହୋତା, ସୁମିତ ପଟେଲ, ବ୍ୟମୋକେଶ ଠାକୁର, ଦେବେନ୍ଦ୍ର ପ୍ରଧାନ, ମହମ୍ମଦ ସନାଉଲ୍ଲା, ମହମ୍ମଦ ଜାଫର, ସନ୍ଦୀପ ଖଣ୍ଡେଲୱାଲ, ହରିଶ ଚନ୍ଦ୍ର ଦୀପ, ରୁପେଶ ବାଗ, ଅନିଲ ନାୟକ, ଭି ରାମରାଓ, ଏନ ଗୋପାଳ, ଅରୁଣ ଖୁଣ୍ଟିଆ, ମହେଶ୍ୱର ନାଏକ, ଶ୍ରୀନିବାସ ଖୁଣ୍ଟିଆ, ବିଶ୍ଵରୂପ ସାହୁ, ଶୈଳବାଳା ଜଏପୁରୀୟା, ସୁଧାମୟୀ ବାଗ, ଶୁଭମ ମହାନ୍ତି, ଯଶ୍ମିନ ପ୍ରଧାନ, ଅର୍ୟନ ବୋହିଦାର, ଶୁଭମ ସାହୁ, ସୁଧାଂଶୁ ମହାନ୍ତି, ଶିବୁ ସେଠ, ନିରାକାର ପ୍ରଧାନ, ପ୍ରିତିଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ I ଶେଷ ରେ ସମ୍ପାଦକ ଚୁମନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।