ଜର୍ଜ ହାଇସ୍କୁଲ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ


ସମ୍ବଲପୁର :ଶୁକ୍ରବାର ଦିନ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଅଛି ! ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିଜ୍ଞାନୋତ୍ସବରେ ପଞ୍ଚାୟତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼. ବିନୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜର୍ଜ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ପଦ୍ମଜା ପତି ଏବଂ ସୁରେଶ କୁମାର ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଉକ୍ତ ବିଜ୍ଞାନ ମହୋତ୍ସବକୁ ଶିକ୍ଷକ ସଦାନନ୍ଦ ଜାଲ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ମମତା ବିଶି ବିଜ୍ଞାନ ବିଷୟକ ବୀବରଣୀ ପାଠ କରିଥିଲେ । ମଞ୍ଚାସୀନ ଅତିଥି ମାନେ ପ୍ରଖ୍ୟାତ ବୈଜ୍ଞାନିକ ନୋବେଲ ପୁରସ୍କାର ବିଜେତା ଡ. ସି ଭି ରମଣ ଙ୍କ ସ୍ମୃତି ଚାରଣ କରିବା ପୂର୍ବକ ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନର ଉପାଦେୟତା ବିଷୟରେ ସାର୍ଥକ ମତ ଉପସ୍ଥାପନ କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ମମତା ବିଶି ଙ୍କ ନେତୃତ୍ବରେ ବିଦ୍ୟାଳୟ ର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଅଣଶିକ୍ଷକ ବର୍ଗ ଏହି ଉତ୍ସବକୁ ସଫଳ କରିବାରେ ସକ୍ରୀୟ ସହଯୋଗ କରିଥିଲେ । ଏହି ଉପଲକ୍ଷେ ବିଜ୍ଞାନ ବିଷୟକ କୁଇଜ୍ ଏବଂ ଅନ୍ୟାନ୍ୟ ବିଜ୍ଞାନ ସମ୍ବନ୍ଧିତ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା ଏବଂ କୃତି ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଶେଷରେ ଶିକ୍ଷକ ଭରତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।