Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାସାୟନିକ ବିପର୍ଯ୍ୟୟ ମୁକାବିଲା ପାଇଁ ମକ ଡ୍ରିଲ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଭୂଷଣ ଷ୍ଟିଲ ଆଣ୍ଡ ପାୱର ଲିମିଟେଡ଼ରେ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସୁଶାନ୍ତ ନାଏକ, ରେଙ୍ଗାଲିର ଅତିରିକ୍ତ ତହସିଲଦାର ସୁଜିତ ଶତପଥୀ, ଫ୍ୟାକ୍ସି ଆଣ୍ଡ ବଏଲରର ସହକାରୀ ନିର୍ଦେଶକ ସାମନ୍ତରାୟ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଅଶୋକ କୁମାର ଦାଶ, ଉପ ପରିବେଶ ବୈଜ୍ଞାନିକ, ଏସପିସିବି ଅଂଶୁମାଳା କୁସୁମ ମିଞ୍ଜ, ସହକାରୀ ପରିବେଶ ଯନ୍ତ୍ରୀ ରମେଶ ପଣ୍ଡା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସ୍ମୃତି ଗଞ୍ଜନ ରାଉତ, ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଜରୁରୀକାଳୀନ) ଗୀତାଞ୍ଜଳି ସା, ସହକାରୀ ଅଗ୍ନିଶମ ଅଧିକାରୀ ସୁଦାମ ଚରଣ, ଓଓଉ ବୁଲୁ ସ୍ବାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁନ୍ତୁ. ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ହେମନ୍ତ ଜେନା ପ୍ରମୁଖଉପସ୍ଥିତ ଥିଲେ। ପ୍ରଥମେ ଏଲପିଜି ଗ୍ୟାସ ଲିକ୍ ହେଲେ କଣ ପଦକ୍ଷେପ ନେବା ଉଚିତ ତାକୁ ନେଇ କୌଶଳ ଶିକ୍ଷା ଦିଆଯାଇଥିଲା। ଗ୍ୟାସ ଲିକ ହେଲେ ଲିକ ମରାମତି, ୱାଟର ଫୋମ ଗ୍ରେ ଦ୍ବାରା ଅଗ୍ନି ନିର୍ବାପନର କଳା କୌଶଳ ପ୍ରଦର୍ଶନ ହୋଇଥିଲା।
ରକ୍ଷାକରୀ ମାନେ ଗ୍ୟାସ ଟାଇଟ ପୋଷାକ ପରିଧାନ କରି ଉଦ୍ଧାର କୌଶଳ ଦେଖାଇଥିଲେ। ମକଡ୍ରିଲ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଅପରାହ୍ନ ୩.୩୦ ଟା ସମୟରେ ଭିଡିଓ କନଫ୍ରେନିଂ ଜରିଆରେ ସମୀକ୍ଷା ବୈଠକ ହୋଇଥିଲା ।