Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଜିଲ୍ଲାର ପୂର୍ବତନ ସାଂସଦଙ୍କ ଶୋକସଭାରେ ବାଲିଗୁଡା କଂଗ୍ରେସ ପରିବାରର ଯୋଗଦାନ

କନ୍ଧମାଳ, ତା, ୦୩/୦୩ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ର ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ଶୁଦ୍ଧି କ୍ରିୟା ତଥା ଶୋକସଭା ଉତ୍ସବ ଫୁଲବାଣୀ ସ୍ଥିତ ଦଧିବାମନ ମନ୍ଦିର ପରିସରେ ଆୟୋଜିତ ହୋଇଥିଲା ଉକ୍ତ ଶୋକ ସଭାରେ ଜିଲ୍ଲା ସ୍ତରୀୟ ବହୁ କଂଗ୍ରେସ ତଥା ଅନ୍ୟ ଦଳ ନେତା ଓ କର୍ମୀ ଙ୍କ ସମେତ ବାଲିଗୁଡା କଂଗ୍ରେସ ପରିବାର ତରଫରୁ ଡ଼ଃ. ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଙ୍କ ସହ ବଳରାମ ଦୋରା, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ଶିବରାମ ପ୍ରଧାନୀ, ଅଶୋକ ସାବତ, ପ୍ରଭାତ ଆଚାରୀ , ପ୍ରଫୁଲ୍ଲ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦାନ କରି ମହାନ୍ ବ୍ୟକ୍ତିଙ୍କ ସ୍ମୃତି ପ୍ରତି ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ | ସୂଚନା ଯୋଗ୍ୟ ଯେ, ଫେବୃଆରୀ ମାସ ୧୮ ତାରିଖ ସନ୍ଧ୍ୟାରେ ମୃତ୍ୟୁଞ୍ଜୟ ନାୟକଙ୍କ ବିୟୋଗ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ଧରି ଅସୁସ୍ଥ ହୋଇ ବ୍ରହ୍ମପୁର ଠାରେ ଚିକିତ୍ସିତ ହେଉଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସ୍ବର୍ଗତ ନାୟକ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଥିଲେ। ସେ ୧୯୮୦,୧୯୯୧ ଓ ୧୯୯୬ରେ କଂଗ୍ରେସ ଦଳ ଟିକଟରେ ତିନିଥର ଫୁଲବାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।ଏଥିସହ ସେ ଜାତୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୫୨ ମସିହା ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ନାୟକ ମୂଳରୁ ଛାତ୍ର ରାଜନୀତି ସହିତ ସମ୍ପୃକ୍ତ ଥିଲେ। ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଉଚ୍ଚଶିକ୍ଷା ହାସଲ କରିବା ପରେ ଜାନକୀ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କନ୍ଧମାଳ ଜିଲ୍ଲାର ଜଣେ ଟାଣୁଆ ନେତା ହିସାବରେ ତାଙ୍କର ଖ୍ୟାତି ରହିଥିଲା। ତାଙ୍କର ବିୟୋଗ ଜିଲ୍ଲା କଂଗ୍ରେସରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଡ଼ଃ. ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଉକ୍ତ ଶୋକସଭାରେ ପ୍ରକାଶ କରିଛନ୍ତି ।