Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁଭଦ୍ରା ଶକ୍ତି ମେଳା ୨୦୨୫କୁ ନେଇ ପ୍ରସ୍ତୁତି ବୈଠକ

ସମ୍ବଲପୁର:ଆଜି ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଏସ୍ ଏସ୍ ଏ ସମ୍ମିଳନୀ କକ୍ଷରେ ସୁଭଦ୍ରା ଶକ୍ତି ମେଳା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ )ସୁଧାଂଶୁ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଶୋକ କୁମାର ଭୋଇ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର, ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡାଙ୍କ ସମେତ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଆସନ୍ତା ମାର୍ଚ୍ଚ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବାକୁ ଯାଉଛି। ମୋଟ ୧୫୦ଟି ଷ୍ଟଲ୍ ଯେଉଁଥିରେ ବିଭିନ୍ନ ଲାଇନ୍ ବିଭାଗ ସମେତ ଅନ୍ୟ ଜିଲ୍ଲାର କାରିଗର/ସ୍ବୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିବେ।ଷ୍ଟଲ ଓ ମଞ୍ଚ ପରିଚାଳନା, ଅତିଥି ଓ ନିମନ୍ତ୍ରଣ କାର୍ଡ, ସାଂସ୍କୃତିକ କାର୍ଯ୍ୟକ୍ରମ, ଏସ.ଏଚ.ଜି ଚୟନ ଓ ଷ୍ଟଲ୍ ଆବଣ୍ଟନ, ଡକ୍ୟୁମେଣ୍ଟେସନ୍ ଓ ପ୍ରଚାର, ଖାଦ୍ୟ କମିଟି, ଏସ.ଏଚ.ଜି ଷ୍ଟଲ୍ ଅଂଶଗ୍ରହଣକାରୀ ଓ ସେମାନଙ୍କ ରକ୍ଷଣାବେକ୍ଷଣ, ଅଂଶଗ୍ରହଣକାରୀ ସଚେତନତା, ପରିମଳ ଓ ସ୍ୱଚ୍ଛତା, କ୍ରୟ କମିଟି ସମ୍ପର୍କରେ ଆଲୋଚନା ହୋଇଥିଲା।