ବୀରମହାରାଜପୁର (ସୌମିତ୍ରି ମେହେର) ଆଜି ସୁବଳୟା ମହାନଦୀ ଫେରୀ ଘାଟ ଠାରୁ କଳସ ଯାତ୍ରା ବାହାରି ସୁବଳୟା ଓ ଟିକ୍ରାପଡା ଗ୍ରାମ ପରିକ୍ରମା ପୂର୍ବକ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ ହଜାର ହଜାର ମହିଳା l ଏହି କଳସ ଯାତ୍ରା ରେ ଆଖ ପାଖ ପ୍ରାଏ ପନ୍ଦର ଟି ପଂଚାୟତ ର ଏକୋଇଶ ଶହ ମହିଳା ସାମିଲ ହୋଇଥିବା ଖବର ମିଳିଥିଲା l ଶୋଭାଯାତ୍ରା ରେ ହରିବୋଲ ହୁଳହୁଳି , ଘଣ୍ଟ ଶଙ୍ଖ ସଙ୍କୀର୍ତ୍ତନ ଆଦିରେ ଚାରିଆଡ଼ ମୁଖରିତ ହୋଇ ଉଠିଥିଲା l ଯାତ୍ରା ସମ୍ପନ୍ନ ହେଲା ପରେ ସମସ୍ତ ଭକ୍ତ ତଥା ଶ୍ରଦ୍ଧାଳୁ ସମୂହ ପ୍ରସାଦ ସେବନ କରିଥିଲେ l ରବିବାର କଳସ ଶୋଭାଯାତ୍ରା ରେ ଓଡିଶାର ପଂଚାୟତ ରାଜ ମନ୍ତ୍ରି ରବି ନାଏକ , ବିଧାୟକ ରଘୁନାଥ ଜଗଦଲା , ପଂଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା , ସମିତି ସଭ୍ୟ ବିନୋବା ନନ୍ଦ ପଧାନ , ଲିଲି ମେହେର , ସରପଞ୍ଚ ପ୍ରମୋଦ ମହାପାତ୍ର , ପୂର୍ବତନ ସରପଞ୍ଚ ଅଶୋକ ଦାଶ , ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଶୋକ ପୁରୋହିତ , ସପନ କୁମାର ପଧାନ , ଅଂଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା l
ଟିକରାପଡ଼ା ଛପନ ପ୍ରହରୀ ନାମଯଜ୍ଞ ପାଇଁ ହଜାର ହଜାର ମହିଳା ଙ୍କ କଳସ ଶୋଭାଯାତ୍ରା
