Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ରାମ ଜନ୍ମୋତ୍ସବ ସମିତି ପକ୍ଷରୁ ରାମ ନବମୀ ପ୍ରସ୍ତୁତି ବୈଠକ

ସମ୍ବଲପୁର:ଆଜି ବୃକ୍ସିଲ ସ୍ଥିତ ଶ୍ରୀ ରାମ ମନ୍ଦିର ଠାରେ ପୂର୍ବତନ ନଗରପାଳ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ ଗିରିଶ ପଟେଲ ଙ୍କ ଆବାହକତ୍ୱ ତଥା ସଭାପତିତ୍ବ ରେ ଏକ ବୈଠକ ଅନଷ୍ଠିତ ହୋଇ ଯାଇଛି। ଏହି ବୈଠକ ରେ ଆସନ୍ତା ଅପ୍ରେଲ ୬ ତାରିଖ ଦିନ ରାମ ନବମୀ କୁ ଭବ୍ୟତା ଓ ଦିବ୍ୟତା ସହିତ ସମ୍ବଲପୁର ସହର ରେ ପାଳନ କରିବା ଉଦ୍ଦେଶ୍ୟ ରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଶତାଧିକ ସନାତନି ହିନ୍ଦୁ ତଥା ରାମ ଭକ୍ତଙ୍କ ଯୋଗଦାନ ରେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି।
ଏହି ବୈଠକ ରେ ଶ୍ରୀ ସତ୍ୟନାରାୟଣ ପଣ୍ଡା, ଶ୍ରୀ ପ୍ରଦୀପ ବହିଦାର, ଶ୍ରୀ ଦେବେନ୍ଦ୍ର ମହାପାତ୍ର, ଶ୍ରୀ ଦାମୋଦର କର, ଶ୍ରୀ ସିମାଞ୍ଚଳ ଖଟେଇ, କର୍ଣଲ ପ୍ରଭାତ ପଣ୍ଡା, ଶ୍ରୀ ରାମଚନ୍ଦ୍ର ମେହେର, ସୁବେଦାର ମେଜର ଶିବନାରାୟଣ ବେହେରା, ଶ୍ରୀ ଶିବ କୁମାର ଅଗ୍ରୱାଲ, ଶ୍ରୀ କାର୍ତ୍ତିକ ବହିଦାର, ଶ୍ରୀ ସୁନିଲ ନନ୍ଦ, ଶ୍ରୀମତୀ ଅନ୍ନପୂର୍ଣ୍ଣା ବାରିକ, ଦେବାଶିଷ ପୁରୋହିତ, ସରୋଜ ଘଡେ଼ଇ, ବଳରାମ ମହାପାତ୍ର, ଶ୍ରୀ ଗୋଲକ ବିହାରୀ ମିଶ୍ର, ନୀଳାମ୍ବର ସିକନ୍ଦର, ସୌରଭ ମହାପାତ୍ର, ଚନ୍ଦନ ସାହା, ମିଲନ ମହାରଣା, ଟୁକୁ ମହାନ୍ତି, ପିନ୍ଟୁ ଓରାମ, ଅଜୟ ଓରାମ, ବାବୁଲୁ ମୁଣ୍ଡା, ଯୋଜୋ ତିୱାରୀ, ଶିବ ଶମ୍ଭୁ ଯାଦବ, ମନୋଜ ପଲ୍ସାନୀୟାଁ, ଟେକଧର କର, ଜୟ କିଶୋର ଜାଲ ପ୍ରମୁଖ ନିଜ ମତାମତ ରଖି ଥିଲେ। ଏହା ବ୍ୟତୀତ ଅନେକ ସନାତାନି ରାମ ଭକ୍ତ ଉପସ୍ଥିତ ଥିଲେ।
ଉକ୍ତ ବୈଠକ ରେ ସଭାପତି ଭାବେ ଶ୍ରୀ ପ୍ରଦୀପ ବହିଦାର ଙ୍କୁ ସର୍ବସମ୍ମତି ରେ ଚୟନ କରା ଯାଇଥିଲା ଏବଂ ଶ୍ରୀ ସତ୍ୟନାରାୟଣ ପଣ୍ଡା, ଶିବ କୁମାର ଅଗ୍ରୱାଲ, କାର୍ତ୍ତିକ ବହିଦାର, ପଣ୍ଡିତ ଅମରନାଥ ମିଶ୍ର, ସିମାଞ୍ଚଳ ଖଟେଇ, ଦେବେନ୍ଦ୍ର ମହାପାତ୍ର, ବିଷ୍ଣୁ ପ୍ରସାଦ ରକ୍ଷିତ, ଗୋଲକ ବିହାରୀ ମିଶ୍ର, ଦାମୋଦର କର, ସୁବେଦାର ମେଜର ଶିବନାରାୟଣ ବେହେରା, କର୍ଣ୍ଣେଲ ପ୍ରଭାତ ପଣ୍ଡା, ରାମ ଚନ୍ଦ୍ର ମେହେର, ଅନୁପ ବହୁଗୁଣା, ଅନ୍ନପୂର୍ଣ୍ଣା ବାରିକ, ଜୟନ୍ତୀ ପଣ୍ଡା ପ୍ରମୁଖ ଙ୍କୁ ସର୍ବ ସମ୍ମତି ରେ ଉପଦେଷ୍ଟା ଭାବେ ସମ୍ମାନିତ କରି ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରା ଯାଇଥିଲା। ପରବର୍ତ୍ତୀ ବୈଠକ ରେ ସମ୍ପୂର୍ଣ୍ଣ କମିଟି ଗଠନ ଓ ଶୋଭାଯାତ୍ରା ର ରୂପରେଖ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇ ଥିଲା। ବୈଠକ ର ଅନ୍ତିମ ରେ ଶ୍ରୀ ଗୋଲକ ବିହାରୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ