Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ଦିବସ ଆୟୋଜନ ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ପ୍ରସ୍ତୁତି ବୈଠକ

ସମ୍ବଲପୁର:ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରିଶକ୍ତି ୟୁନିଟ ପକ୍ଷରୁ ରବିବାର ଆନ୍ତର୍ଜାତିକ ମହିଳା ଦିବସ ପାଇଁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମାଜରେ ଉଦହରଣ ସାଜିଥିବା ମହିଳା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ନାରିଶକ୍ତି ପକ୍ଷରୁ ଆଲୋଚନା କରାଯାଇଥିଲା। ଆସନ୍ତା ମାର୍ଚ୍ଚ ୮ ତାରିଖରେ ନାରୀଶକ୍ତି ପକ୍ଷରୁ ସମ୍ବଲପୁରୀ ଡେରାରେ ହେବାକୁ ଥିବା ଆନ୍ତର୍ଜାତିକ ମହିଳା ଦିବସ ପାଳନ ପାଇଁ ମତାମତ ସଂଗ୍ରହ କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସମସ୍ତ ସଦସ୍ୟା ମାନଙ୍କ ଠାରୁ ପରିଚିତ ଉଦଯୋଗୀ ମହିଳା ମାନଙ୍କ ନାମ ସଂଗ୍ରହ କରି ସେମାନଙ୍କ ପ୍ରତିଭା ଓ ଦକ୍ଷତା ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ମହିଳାଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀଶକ୍ତି ୟୁନିଟ ସମ୍ବର୍ଦ୍ଧିତ କରିବାକୁ ଓ ପୂଜ୍ୟ ପୂଜାର ସମ୍ମାନ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଲୋଚନାରେ ପଙ୍କଜୀନି ମେହେର , ଝୁନୁ ତ୍ରୀପାଠୀ, କାନ୍ତୀ ମେହେର, ତୃପ୍ତୀ ମୟୀ ପଣ୍ଡା, ଛବି ପତି, ପଙ୍କଜୀନି ବୈଠାରୁ, ଲଲିତା ଭୋଇ, ସ୍ବସ୍ତିକା ନାୟକ, ସଂଘମିତ୍ରା ପଣ୍ଡା, ଭୂମିସୂତା ମେହେର ପ୍ରମୁଖ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ