Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ଵେଛାସେବୀ ଅନୁଷ୍ଠାନ ମାନଙ୍କୁ ନେଇ ଏକ କାର୍ମଶାଳା

ସମ୍ବଲପୁର: ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ର ସ୍ଵେଛାସେବୀ ଅନୁଷ୍ଠାନ ମାନଙ୍କୁ ନେଇ ଏକ କାର୍ମଶାଳା ର ଆୟୋଜନ ହୋଇଥିଲା I ଶ୍ରୀ ଛଟଲାଲ ସାହୁ କାର୍ଯ୍ୟକ୍ରମ ଆରମ୍ଭ ରେ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ I ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ରେଣୁବାଳା ନନ୍ଦ ଉକ୍ତ କର୍ମଶାଳା ର ଲକ୍ଷ୍ୟ ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ I ଏହି କର୍ମଶାଳା କୁ ଏଡ୍. ଏଟ.ଏକ୍ସନ୍ ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସୁନିତା ତ୍ରିପାଠୀ ପରିଚାଳନା କରିଥିଲେ I କାର୍ଯକ୍ରମ ରେ ଶ୍ରୀ ଶିବ ପ୍ରସାଦ ବେହେରା ଏଫ୍ଆଇଶି ଯୋଗ ଦେଇ ମହିଳା ମାନେ କିପରି ଭାବରେ ନିଜର ଆର୍ଥିକ ସ୍ଥିତି ସୁଧାରି ପାରିବେ ସେ ଉପରେ ଆଲୋଚନା କରିଥିଲେ I ମୌସୁମୀ ଦୋରା ୱାନ୍ ଷ୍ଟୋପ ସେଣ୍ଟର୍ ର ଆଡମିନିଷ୍ଟରେଟର ମହିଳା ମାନଙ୍କର ନ୍ୟାୟଗତ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ରେ ପାର୍ବତୀ ଦଣ୍ଡସେନା ,ବ୍ୟାଙ୍କ ମିତ୍ର ନିଜର ସଫଳ କାହାଣୀ କହିଥିଲେ । ଏହି କାର୍ଯକ୍ରମ ରେ ପତଙ୍ଗ , ଆଦର୍ଶ,ଆଶା,ଆସ ଓ ସାର୍କ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗଦାନ ଦେଇ ମହିଳା ଓ କିଶୋରୀ ସଶକ୍ତି କରଣ ଉପରେ କରୁଥିବା କାର୍ଯକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ।