ବୀରମହାରାଜପୁର ମହାବିଦ୍ୟାଳୟ ରେ ଗ୍ରନ୍ଥାଧ୍ୟକ୍ଷ ଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଆଜି ଅବସରପ୍ରାପ୍ତ ଗ୍ରନ୍ଥାଧ୍ୟକ୍ଷ ନେତ୍ରାନନ୍ଦ ସାହୁଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ସୋମବାର ଏହି ଅବସରରେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଇଂରାଜୀ ପ୍ରଧ୍ୟାପିକା ଗୀତାଞ୍ଜଳି ପୂଜାରୀ, ଇଂରାଜୀ ଅଧ୍ୟାପକ ବିଜୟ କୁମାର ପୁରୋହିତ ପ୍ରମୁଖ ମଞ୍ଚାସୀନ ରହି ସ୍ମତିଚାରଣ କରିଥିଲେ । ଏତତ୍ ବ୍ୟତିତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷା କର୍ମଚାରୀ ବୃନ୍ଦ ଶ୍ରୀ ସାହୁଙ୍କ ସହ ବିତିଥିବା ଦିନ ମାନଙ୍କର ସ୍ମୃତିଚାରଣ କରିବା ସହ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଉତ୍ତରରେ ଶ୍ରୀ ସାହୁ କୃତଜ୍ଞତା ଜ୍ଞାପନ କରିବା ସହ ଅନୁଷ୍ଠାନ ସହ ବିତିଥିବା ସ୍ମରଣୀୟ ମୁହୂର୍ତ୍ତ ସବୁକୁ ମନେ ପକାଇଥିଲେ । ଏଥିସହ ଶ୍ରୀ ସାହୁଙ୍କୁ ଉପଢୈକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଆ ଅଧ୍ୟାପିକା ଜାମିନୀ ଦାଶ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜଗଦୀଶ ସାହୁ , ବରୁଣ କଲତା, ଶ୍ରୀରାମ ଦେହେରି ଓ କଲାକାହ୍ମ ପଧାନ ପ୍ରମୁଖ ସହଯୋଗ କରିଥିଲେ l