Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧରୁ ଶବ ଉଦ୍ଧାର, ମୃତ୍ୟୁ କାରଣ ଅସ୍ପଷ୍ଟ

ସମ୍ବଲପୁର:ଜୁଯୋମୁରା ବ୍ଲକ ବାହାମ ପଞ୍ଚାୟତର ଖଲିଆପାଲି ହରିଜନ ପଡା ନିକଟରେ ଥିବା ଏକ ବନ୍ଦରେ ଭାସୁଥିବା ଏକ ଶବକୁ ସଦର ପୋଲିସ ଦମକଳ ବାହିନୀ ସହାୟତାରେ ଆଜି ଅପରାହ୍ନରେ ଉଦ୍ଦାର କରିଛି।
ଆଜି ସକାଳ ପାଖାପାଖି ସାଢେ ୮ ଟାରେ ହରିଜନପଡା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀ ସହାୟତାରେ ଶବ ଉଦ୍ଦାର କରି ବ୍ୟବଛେଦ ପାଇଁ ବୁର୍ଲା ଭୀମସାରକୁ ପଠାଇ ଘଟଣାର ତଦନ୍ତ କରୁଛି। ମୃତ ବ୍ୟକ୍ତି ଵିଵସ୍ତ୍ର ଥିଲେ ଓ ମୁହଁ ମାଡି ବନ୍ଦ ତଟରେ ଭାସୁଥିବା ଦେଖିବାକୁ ମିଳିଥିଲା। ବ୍ୟକ୍ତିର ଅସଲ ପରିଚୟ ମିଳିନଥିଲେ ସୁଦ୍ଧା କେହି କେହି ପାଳଲହଡା ବ୍ଲକ ର ଖିଲେଇ ମୂଷାକାନିର ବ୍ୟକ୍ତି ବୋଲି ସନ୍ଧେହ କରୁଛନ୍ତି। ତେବେ ଗାଁ ମୁଣ୍ଡରେ ଥିବା ଏହି ବନ୍ଧକୁ ସେ ଆସିଲେ କେମିତି ଓ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ପୋଲିସ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି। ଏହାକୁ ନେଇ ସଦର ଥାନାରେ ଏକ ଲିଖିତ କୌଣସି ଅଭିଯୋଗ ହୋଇନଥିଲେ ସୁଦ୍ଧା ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତକୁ ଗତିଶୀଳ କରିଥିବା ପୋଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ